ଭାରତର ଐତିହାସିକ ବିଜୟ, ପାକ୍କୁ ପରାସ୍ତ କଲା ଭାରତ
ନୂଆଦିଲ୍ଲୀ : ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍ ରେ ଭାରତର ଦମଦାର ବିଜୟ। ୨୨୮ ରନ୍ ରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଥିବା ପାକିସ୍ତାନ ୩୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୮ ରନ୍ କରିବାକୁ ସମର୍ଥ ହୋଇଛି । ପାକିସ୍ତାନ ୧୧ ଓଭର ଖେଳିବା ପରେ ବର୍ଷା ପାଇଁ ମ୍ୟାଚ ଅଧାରୁ ଅଟକିଥିଲା । ୩୫୭ ରନର ବିଶାଳ ଟାର୍ଗେଟ ପିଛା କରି ପାକିସ୍ତାନ ପ୍ରାରମ୍ଭିକ ବିପର୍ୟ୍ୟୟ ସାମ୍ନା କରିଥିଲା । ଏହାପରେ ନିୟମିତ ବ୍ୟବଧାନରେ ଦଳ ୱିକେଟ ହରାଇଥିଲା। କୁଲଦୀପ ଯାଦବ ସର୍ବାଧିକ ୫ ୱିକେଟ ହାସଲ କରି ପାକିସ୍ତାନର ବ୍ୟାଟିଂ ବିପର୍ୟ୍ୟୟ ଘଟାଇଥିଲେ ।

ଆଜି ରିଜର୍ଭ ଡେ’ରେ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ ରାହୁଲ ଓ ବିରାଟ । ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ। ପ୍ରାୟ ଅଢେଇ ବର୍ଷ ପରେ କେ ଏଲ ରାହୁଲଙ୍କ ବ୍ୟାଟରୁ ଶତକୀୟ ପାଳି ଦେଖିବାକୁ ମିଳିଥିଲା। ୮୪ ବଲ୍ ଖେଳି ଶତକ ହାସଲ ପରେ ବାରିଟ୧୩,୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି ।