ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ପୁର୍ବତନ ସଭାପତି ତଥା ଲୋକପ୍ରିୟ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କୁ ସେବା ନିବୃତ୍ତ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଛି।ତିର୍ତୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଇଓ ଅକ୍ଷୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କୁଜଙ୍ଗ ବିଇଓ ପବିତ୍ର କୁମାର କର, ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଲୋକପ୍ରିୟ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କ କୃତୀ ଶିକ୍ଷକ ଜୀବନର ସ୍ମୃତି ଚାରଣ କରିଥିଲେ।ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲାର କୋଣଅନୁକୋଣରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ,ପ୍ରାକ୍ତନ ଛାତ୍ରୀ ଓ ବର୍ତ୍ତମାନର ଛାତ୍ରୀ ମାନେ ବିଦାୟୀ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଓ ବିଭିନ୍ନ ଉପକରଣ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତି ଏରସମା ବ୍ଲକ ଗଡବିଶୁନପୁର,ତିର୍ତ୍ତୋଲ, ମଣିଜଙ୍ଗା ଆଦି ହାଇସ୍କୁଲରେ ଦୀର୍ଘ ଚାରି ଦଶନ୍ଧି ଧରି ଶିକ୍ଷକତା କରିବା ସହ ଜିଲ୍ଲାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ଲୋକପ୍ରିୟତା ହାସଲ କରିଥିଲେ।
ଲୋକପ୍ରିୟ ହିନ୍ଦୀ ଶିକ୍ଷକଙ୍କୁ ସେବା ନିବୃତ୍ତ ଭବ୍ୟ ସମ୍ବର୍ଦ୍ଧନା

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...