The Ultimate Managed Hosting Platform
ADVERTISEMENT

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟିର ତଦନ୍ତ କରିବ ୪ ଜଣିଆା ଟିମ୍: ସୁପ୍ରିମ କୋର୍ଟ

Facebook
Twitter
LinkedIn

ପଞ୍ଜାବ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି ମାମଲାର ତଦନ୍ତ କରିବା ପାଇଁ ୪ ଜଣିଆ ଟିମ୍ ଗଠନ କେଲ ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଚଣ୍ଡିଗଡ଼ ପୋଲିସ ଡିଜି, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ କମିଟିର ସଦସ୍ୟ ରହିବେ ।

ସେହିପରି ଏନଆଇଏ ଆଇଜି, ଆଇବି ଅଧିକାରୀ ଓ ପଞ୍ଜାବ ଗୁଇନ୍ଦା ବିଭାଗର ଅତିରିକ୍ତ ଡିଜିପି ଏହି ତଦନ୍ତ କମିଟିର ସଦସ୍ୟ ରହିବେ । ଏହାସହ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ପକ୍ଷରୁ କରାଯାଉଥିବା ତଦନ୍ତ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଡି ଫିରଜପୁର ବ୍ରିଜରେ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲା । ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସବୁଠାରୁ ବଡ଼ ତ୍ରୁଟି ବୋଲି କୁହାଯାଉଛି । ଏହାକୁ ନେଇ ଗୃହ ମନ୍ତ୍ରାଳୟ ଓ ପଞ୍ଜାବ ସରକାର ଅଲଗା ଅଲଗା କମିଟି ଗଠନ କରିଥିଲେ ।

ସୂଚନାନୁଯାୟୀ, ଗତ ଜାନୁଆରୀ ୫ ତାରିଖରେ ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଇଥିଲା । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଥିଲା ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଥିଲା ଯେ, ସେଦିନ ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ହେଲେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଥିଲା । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା, ଯାହା କରାଯାଇନଥିଲା । ସେହି ତୃଟିର ସମୀକ୍ଷା କରିବାକୁ ଆଜି ସୁପ୍ରିମକୋର୍ଟ ୪ ଜଣିଆ ଟିମ୍‌କୁ ଅନୁମତି ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ

ଏସସିବିରୁ ସୁସ୍ଥ ହୋଇ ଘରକୁ ଫେରିଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ

କଟକ : ଡିସଚାର୍ଜ ହେଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ । ଜୁଲାଇ ୧୨ ତାରିଖରେ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହୂତି ଦେବା ବେଳେ ଉଦ୍ଧାର...

ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ ; ସୁରେଶ ପୂଜାରୀ

ବନ୍ୟା : ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ ମିଳିବ ସହାୟତା

ଭୁବନେଶ୍ୱର : କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।...

ADVERTISEMENT
ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ବରପଦା ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ଆକ୍ରମଣ । ନିଲମ୍ବିତ କର୍ମଚାରୀ ଓ ସହଯୋଗୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ । ଅଧ୍ୟକ୍ଷ ଗଙ୍ଗାଧର...

Login