ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ବିଶ୍ବ ଦରବାରରେ ବଢିଲା ଓଡ଼ିଶାର ଗୌରବ । ଉତ୍କଳୀୟ କଳାର ଅନ୍ୟତମ ପ୍ରାଣକେନ୍ଦ୍ର କୁହାଯାଉଥିବା କୋଣାର୍କର ଚାରୁକଳାକୁ ଦେଖିଛି ବିଶ୍ବ । ନୂଆଦିଲ୍ଲୀରେ ଆୟୋଜିତ ଗ୍ରୁପ ୨୦ ସମ୍ମିଳନୀ ଅବସରରେ କୋଣାର୍କର ଏକ ଚକର ପ୍ରତିକୃତି ବ୍ୟାକଡ୍ରପରେ ବିଶ୍ବ ନେତାଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତାଙ୍କୁ ସେ ସ୍ବାଗତ କରିଛନ୍ତି ।
ଚାରୁକାରୁକଳାର ବିମୁଗ୍ଧ ସଂରଚନା ଦେଖି ଅଭିଭୂତ ହୋଇଥିଲେ ଅତିଥି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ କଳାକୃତି ସମ୍ପର୍କରେ ବୁଝାଇଥିଲେ ମୋଦି । ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପର ଏକ ସ୍ବତନ୍ତ୍ର ସ୍ଥାନରେ ଅବସ୍ଥାପିତ ହୋଇଥିଲା ବିଶ୍ବପ୍ରସିଦ୍ଧ କୋଣାର୍କର ଚକ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବିଶ୍ବପ୍ରସିଦ୍ଧ କୋଣାର୍କକୁ ପ୍ରତିବର୍ଷ ଦେଶବିଦଶର ଲକ୍ଷ ଲକ୍ଷ ପର୍ୟ୍ୟଟକ ଆସୁଥିବାବେଳେ ଖୁବ୍ ନିକଟରୁ ପ୍ରସିଦ୍ଧ କଳାର ଝଲକ ଦେଖି ବିମୋହିତ ହୋଇଥିଲେ ବିଶ୍ବନେତା ।
ବିଶ୍ୱ ଦେଖିଲା କୋଣାର୍କର ଚାରୁକଳା , ବଢିଲା ଓଡିଶାର ଗୈାରବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...