ନୂଆଦିଲ୍ଲୀ : ଜି-୨୦ର ନୂଆ ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ । ଆଫ୍ରିକୀୟ ୟୁନିୟନର ସଦସ୍ୟତା ନେଇ ଘୋଷଣା କଲେ ମୋଦି । ଆଫ୍ରିକୀୟ ୟୁନିୟନର ସଦସ୍ୟତା ନେଇ ସମସ୍ତଙ୍କର ସହମତି ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏହା ଘୋଷଣା କରିବା ପରେ ଆଫ୍ରିକୀୟ ୟୁନଅନର ଅଧ୍ୟକ୍ଷଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଗତ ଭାଷଣ ପରେ ପ୍ରଥମ ସମ୍ମିଳନୀ ‘ୱାନ୍ ଆର୍ଥ’ ଉପରେ ଆଲୋଚନା ଆରମ୍ଭ ହେଉଛି । ପିଏମ୍ ମୋଦି ମରକ୍କୋ ଭୂକମ୍ପ ଜନିତ ଜୀବନହାନି ନେଇ ଦୁଃଖ ପ୍ରକଟ କରିଛନ୍ତି । ଏହି ବିପଦପୂର୍ଣ୍ଣ ସମୟରେ ସାରା ବିଶ୍ବ ମରକ୍କୋ ସହିତ ଅଛି ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଏଠାରେ ପ୍ରଥମେ ପହଞ୍ଚି ବିଶ୍ୱର ପ୍ରମୁଖ ନେତା ମାନଙ୍କୁ ବୈଠକକୁ ସ୍ୱାଗତ କରିଛନ୍ତି ।
Views: 108











