The Ultimate Managed Hosting Platform
ADVERTISEMENT

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ଦୁର୍ନୀତି ମାମଲାରେ ଗିରଫ କଲା ଆନ୍ଧ୍ରପ୍ରଦେଶ ସିଆଇଡି । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଗିରଫ କଲା ସିଆଇଡି । ୨୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା । ଚନ୍ଦ୍ରବାବୁଙ୍କୁ ଆଜି କୋର୍ଟରେ ହାଜର କରାଯିବ । ପ୍ରିଭେନସ୍ ଅଫ୍ କରପସନ୍ ଆକ୍ଟରେ ଗିରଫ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ।୨୦୨୧ ମସିହାରେ ଏହି ଦୁର୍ନୀତି ମାମଲା ହୋଇଥିଲା । ଚନ୍ଦ୍ରବାବୁଙ୍କ ବିରୋଧରେ ଜାରି ହୋଇଥିଲା ଆରେଷ୍ଟ ୱାରେଣ୍ଟ। ହେପାଜତରେ ନେବାକୁ ରାତି ୩ଟା ବେଳେ ପହଞ୍ଚିଥିଲା ପୋଲିସ ଓ ସିଆଇଡି । ଏତିକିବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଦେଖାଦେଇଥିଲା ପ୍ରବଳ ଉତ୍ତେଜନା । ଗିରଫକୁ ବିରୋଧ କରି ଏକାଠି ହୋଇଥିଲା ଶତାଧିକ ଟିଡିପି କର୍ମୀ । ପ୍ରବଳ ନାରାବାଜି କରିଥିଲେ । ଏତିକିବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଟିଡିପି କର୍ମୀ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଚନ୍ଦ୍ରବାବୁଙ୍କ ଗିରଫ ପରେ ପୂର୍ବ ଗୋଦାବରୀ ଜିଲ୍ଲାରେ ଧାରଣା ଦେଇଥିଲେ ତାଙ୍କ ପୁଅ ନାରା ଲୋକେଶ । ବାପାଙ୍କ ସହ ସାକ୍ଷାତ କରିବାକୁ ପୋଲିସ ଛାଡୁ ନଥିବା ଅଭିଯୋଗରେ ଧାରଣା ଦେବା ବେଳେ ନାରା ଲୋକେଶଙ୍କୁ ପୋଲିସ ହେପାଜତରେ ନେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login