ଭୁବନେଶ୍ୱର : ନାଁ ନ ନେଇ ଅରୁଣ ଓ ଅତନୁଙ୍କୁ ଧୂମ ଧୁଲେଇ କଲେ ସୈାମ୍ୟ । ସୈାମ୍ୟଙ୍କୁ ନେଇ ଏବେ ରାଜନୀତି ସରଗରମ । ହଁ ଆଜ୍ଞା ସୈାମ୍ୟ ପଟ୍ଟନାୟକ ପୁରା ମୁହଁ ଖୋଲିଛନ୍ତି । ଶାସକ ଦଳର ବିଧାୟକ ହୋଇ ମଧ୍ୟ ଦଳ ପ୍ରତି ନାହିଁ ତାଙ୍କର ଟିକେ ବି ଲୋଭ । ଦଳ ବିରୋଧୀ କାର୍ଯ୍ୟ କରିବା ସହ ଶାସକ ଦଳ ପ୍ରତି ଅଣଦେଖା ଥିବା ନେଇ କୁଆଡେ ଏବେ ଆଲୋଚନା ଜୋର ଧରିଲାଣି । ଆଜି ସୈାମ୍ୟ ରଞ୍ଜନ ପଟ୍ଟନାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀଙ୍କ ନାଁ ନ ନେଇ ଜବାବ ରଖିଛନ୍ତି । ସୈାମ୍ୟ କହିଛନ୍ତି , ଉତ୍ଥର ଦେଇ ସେମାନଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁନି । ସେମାନଙ୍କ ପାଖରେ ଶବ୍ଦର ଅଭାବ , ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି । ତେଣୁ ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁନି । ସେମାନେ ଏସବୁ କଥା ମନରୁ କହୁଥିବା ମଧ୍ୟ ବିଶ୍ୱାସ ହେଉନି । ଏସବୁ କହିବାକୁ ତାଙ୍କ ଉପରେ କୈାଣସି ବ୍ୟକ୍ତିଙ୍କ ଚାପ ପଡୁଛି । ସେମାନେ କହିବାକୁ ବାଧ୍ୟ ହେଉଛନ୍ତି , ନହେଲେ ପେଟପାଟଣା ବୁଡିଯିବ । ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ , ଆଉ ଥରେ ହରାଇପାରନ୍ତି । ଜଣେ ମନ୍ତ୍ରୀ ପଦ ହରାଇ , ପୁଣି ସେହି ମନ୍ତ୍ରୀ ପଦ କଥା କହିଲେ । ଆଉ ଜଣେ ମନ୍ତ୍ରୀ ପଦ ହରାଇବେ ବୋଲି ଡରି ଏକଥା କହୁଛନ୍ତି । ଏ ନେତା ଏତେ ଅସହାୟ ଯେ , ଯାହା ଉପରୁ କୁହାଯାଉଛି , ସେୟା କହୁଛନ୍ତି । ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ୱାର୍ଥ ପାଇଁ କଣ ହେବା ଦରକାର । ଦଳର ସ୍ୱାର୍ଥ ପାଇଁ କହୁଛି , କାହା ମନକୁ ନ ପାଇଲା କିଛି କହିବାର ନାହିଁ । ମୁଁ ବିଜେଡିର ସ୍ୱାର୍ଥ ଓଡିଶାର ସ୍ୱାର୍ଥ ପାଇଁ କହୁଛି ।
ନାଛି ଦେଲେ ସୈାମ୍ୟ, ଦେଲେ କଡା ମନ୍ତବ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











