The Ultimate Managed Hosting Platform
ADVERTISEMENT

ପୁଣି ମାଞ୍ଜା ସୁତା ବେକରେ ଲାଗି ୩ ଆହତ

Facebook
Twitter
LinkedIn

ଭୁବନେଶ୍ୱର: ପୁଣି ମାଞ୍ଜାସୁତା ବେକରେ ଲାଗି ୩ ଜଣ ଯୁବକ ଆତ ହୋଛନ୍ତି । ଘଟଣାଟି ରାଜଧିନୀ ଭୁବନେଶ୍ୱର ସ୍ଥିତ ଖଣ୍ଡଗିତି ଡୁମ୍‌ଡୁମା ଅଞ୍ଚଳରେ ଘଟିଛି । ଯୁବକ ମାନେ ବାଇକ୍‌ରେ ଯାଇଥିବା ବେଳେ, ଡୁମ୍‌ଡୁମା ପାଲାମଣ୍ଡପ ନିକଟରେ ମାଞ୍ଜା ସୂତା ତାଙ୍କ ବେକରେ ଛନ୍ଦି ହୋଇଯାଇଥିଲା । ଫଳରେ ଯୁବକଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଯାଥିଲା । ନିକଟସ୍ତ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଖ କ୍ଲିନିକରେ ନେଇ ଚିକିତ୍ସା କରାଇଥିଲେ । ଆହତ ବ୍ୟକ୍ତି କହିଛନ୍ତି ଯେ, ବାଇକ୍‌ର ସ୍ପିଡ୍ କମ୍‌ଥିଲା ତେଣୁ ବର୍ତ୍ତି ଗଲି । କିନ୍ତୁ ଯଦି ବାଇକ୍ ସ୍ପିଡ୍‌ରେ ଥାନ୍ତା, ତେବେ ବଡ଼ ଅଘଟଣ ହୋଇଥାନ୍ତା । ଏ ନେଇ ପୋଲିସ୍ ଖବର ପାଇ ସେହି ସୁତାକୁ ଜବତ କରିବା ସହ ତନାଘନା ଜାରି ରଖିଛି ।

ଗତ କିଛି ଦିନ ତଳେ କଟକ ଜିଲ୍ଲା ଜଗତପୁର ଅଞ୍ଚଳର ମାଞ୍ଜା ସୁତା ଲାଗି ଜଣେ ନବ ବିବାହିତ ଯୁବକଙ୍କର ମୃତ୍ୟୁ ବେବା ପରେ ସମସ୍ତ ଜିଲ୍ଲାରେ ପୋଲିସ୍ ଚଢ଼ାଇ ଜୋରଦାର କରିଥିବା ସହ ମାଞ୍ଜା ସୁତା ବିକ୍ରି ଉପରେ ରୁକ ଲାଗାଇଥିଲା । ତେବେ ଗୁଡ଼ି ମାଞ୍ଜା ସୁତା ଲାଗି ଏକାଧିକ ଅଘଟଣ ଘଟିଥିଲେ ସୁଦ୍ଧା ଲୋକେ ସଚେତନ ହେଉ ନଥିବା ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login