ବାଙ୍କୀ : ଚଳନ୍ତା ପିକଅପ ଭ୍ୟାନରେ ଲାଗିଲା ନିଆଁ । ବାରଙ୍ଗ ଥାନା ଗୋଡି ସାହି ନିକଟ ରାସ୍ତାରେ ଲାଗିଲା ନିଆଁ । ସର୍ଟସର୍କିଟରୁ ଲାଗିଲା ନିଆଁ । ନିଆଁ ଲାଗିବା ଦେଖି ଗାଡିରୁ ଓହ୍ଲାଇପଡିଥିଲେ ଡ୍ରାଇଭର । ଗତକାଲି ରାତିରେ ପିକଅପ୍ ଭ୍ୟାନଟି ଭୁବନେଶ୍ବରରୁ ଅନୁଗୁଳ ଯାଉଥିବାବେଳେ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଯାଇଥିଲା।ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକି ଆୟତ୍ତ କରିଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗାଡିରେ ଥିବା କପଡ଼ା ପୋଡ଼ି ପାଉଁଶ ହୋଇଯାଇଛି।
Views: 93











