ଭୁବନେଶ୍ୱର : ସକ୍ରିୟ ମୈାସୁମୀ ପ୍ରଭାବରେ ୮ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । କାଲି ଦକ୍ଷିଣ , ମଧ୍ୟ, ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ୯ ତାରିଖ ପରଠୁ ପାଗରେ ପରିବର୍ତ୍ତନ ସହ ବର୍ଷାର ସମ୍ଭାବନା କମିବ । ଚଳିତ ବର୍ଷ ମୈାସୁମୀ ରୁତୁରେ ଏବେ ବି ୧୩ ପ୍ରତିଶତ ନିଆଣ୍ଟିଆ ବର୍ଷା ରେକର୍ଡ । ୧୧ ଜିଲ୍ଲାରେ ବିଶେଷ ଭାବେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେପ୍ଟେମ୍ବରରେ ଭରଣା ହେବା ନେଇ ପାଣିପାଗ ବିଭାଗର ଆକଳନ । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ । ଦକ୍ଷିଣ ଆଭ୍ୟନ୍ତରୀଣ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ବାୟୁମଣ୍ଡଳରେ ୭.୬ କିମି ଯାଏଁ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।
Views: 108