ନୂଆଦିଲ୍ଲୀ : କେନ୍ଦ୍ର ସରକାର ୫ ଦିନ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବୈଠକ ଡାକିଛନ୍ତି । ଆଉ ନୂଆ ସଂସଦ ଭବନରେ ଏହି ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଆସନ୍ତା ୧୮-୨୨ ପର୍ୟ୍ୟନ୍ତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୧୮ ସେପ୍ଟେମ୍ବରରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ପରଦିନ ଅର୍ଥାତ୍ ୧୯ ସେପ୍ଟେମ୍ବର ଗଣେଶ ପୂଜା ଅବସରେ ନୂଆ ସଂସଦ ଭବନରେ ଅଧିବେଶନ କରାଯିବ ।
୧୮ରୁ ୨୨ ସେପ୍ଟେମ୍ବର ପର୍ୟ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏକ ଦେଶ ଏକ ନିର୍ବାଚନ ନେଇ ବିଲ୍ ପାସ୍ ହୋଇପାରେ । ଏହାଛଡା ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖିବା ନେଇ ବିଲ୍ ମଧ୍ୟ ଆସିପାରେ ।
ସଂସଦର ନୂଆ ଭବନକୁ ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ମଇ ମାସରେ କରିଥିଲେ । ହେଲେ ଏଠାରେ ଏପର୍ୟ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ସଂସଦର ମୌସୁମୀ ଅଧିବେଶନ ସଂପୂର୍ଣ୍ଣ ଭାବେ ପୁରୁଣା ଭବନରେ କରାଯାଇଥିଲା । ଏବେ ଏହା ପରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସଂସଦର ସମସ୍ତ କାର୍ୟ୍ୟ ନୂଆ ଭବନରେ ହେବାକୁ ସ୍ଥିର କରାଯାଇଛି ।
ଗଣେଶ ପୂଜାରୁ ଆରମ୍ଭ ହେବ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...