ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ କୋଭିଡ ଆକ୍ରାନ୍ତ ଯୋଗୁ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଭାରତ ଆସିବେନି । ତେବେ ବାଇଡେନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହା ପରେ ଏ ନେଇ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପତ୍ନୀ ଜିଲ୍ ବାଇଡେନ କୋଭିଡ ପଜିଟିଭ ପରେ ବାଇଡେନଙ୍କ ଭାରତ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା । ତେବେ ବାଇଡେନଙ୍କ ରିପୋର୍ଟ ନେଗେଟିଭ ପରେ କାଲି ଭାରତ ଆସିବେ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନ କରିବେ ବାଇଡେନ । ୭ ତାରଖରୁ ୧୦ ତାରିଖ ପର୍ୟ୍ୟନ୍ତ ଭାରତରେ ରହିବେ ଆମେରକା ରାଷ୍ଟ୍ରପତି ।
Views: 93











