ନୂଆଦିଲ୍ଲୀ : ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ସ୍କ୍ଵାଡ୍ ଦଳ ଘୋଷଣା କରିଛନ୍ତି ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି ଉପଅଧିନାୟକ ପଦ। ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍, ଶ୍ରେୟସ ଆୟର, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ଅକ୍ଷର ପଟେଲ, ଈଶାନ କିଶନ, ସୂର୍ୟ୍ୟକୁମାର ଯାଦବ ଓ ଶାର୍ଦ୍ଦୁଳ ଠାକୁର ଦଳରେ ସାମିଲ । ଏଥର ଦଳରେ ଆର ଅଶ୍ୱିନଙ୍କୁ ଟିମରେ ସ୍ଥାନ ମିଳିନି । ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ।
ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ୍ ଘୋଷଣା

Facebook
Twitter
LinkedIn
Facebook
Twitter
LinkedIn
Recent News
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...
ହମାସ-ଇସ୍ରାଏଲ ଯୁଦ୍ଧ ଶେଷ : ଟ୍ରମ୍ପ
ଗାଜା : ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ଘୋଷଣା । ଇଜିପ୍ଟରେ...
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...
ଆଜି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ
ନୂଆପଡା : ଆଜି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଅକ୍ଟୋବର...