ଜଗତସିଂହପୁର : ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାର ଆଇନଜୀବି ମନୋଜ ଚୌଧୁରୀଙ୍କ ହତ୍ୟା ଘଟଣାର ପ୍ରତିବାଦ ସ୍ବରୂପ ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରାଯାଇଥିଲା । ଜଣେ ଆଇନଜିବୀଙ୍କୁ ଚାମ୍ବର ଭିତରେ ଅମାନୁଷିକ ଭାବେ ହତ୍ୟା ଘଟଣାକୁ ଓକିଲ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା । ଏଥିସହିତ ସଂପୃକ୍ତ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଇନଜୀବି ମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ନିମନ୍ତେ ଦାବି କରାଯାଇଥିଲା । ପରେ ପରେ ଓକିଲମାନେ ଜିଲ୍ଲା କୋର୍ଟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସଂଘ ସଭାପତି ଦେବେନ୍ଦ୍ରନାଥ ସ୍ବାଇଁ, ଉପସଭାପତି ସରୋଜ କୁମାର ବିଶ୍ବାଳ, ସଂପାଦକ ନରେଶ ଦାସ, ଯୁଗ୍ମ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ଦୁର୍ୟୋଧନ ରାଉତ, କାର୍ୟ୍ୟକାରିଣୀ ସଦସ୍ୟ ପ୍ରତାପ ପଣ୍ଡା, ପ୍ରକାଶ ରାୟ, ବରିଷ୍ଠ ଆଇନଜୀବି ରବିନ୍ଦ୍ରନାଥ ମହାନ୍ତି,ସହିତ ଶତାଧିକ ଆଇନଜିବୀ ଯୋଗ ଦେଇଥିଲେ ।
ଆଇନଜୀବିଙ୍କୁ ହତ୍ୟା : ଓକିଲ ସଂଘର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ଦାବିପତ୍ର ପ୍ରଦାନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...