ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ମିଟିଂ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ବରିଷ୍ଠ ନେତାଙ୍କୁ ମିଟିଂକୁ ଡକରା । ନିର୍ବାଚନ ପ୍ରସ୍ତୁତି , ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ସଭା ନେଇ ଆଲୋଚନା ସମ୍ଭାବନା । ଆଗାମୀ ନିର୍ବାଚନ ନେଇ ପ୍ରସ୍ତୁତି, ଘରେ ଘରେ ଶଙ୍ଖ କାର୍ୟ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ସଭା ନେଇ ଆଜିର ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ସେପଟେ ଶଙ୍ଖ ଭବନରେ ସାଙ୍ଗଠନିକ ସମ୍ପାଦକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ବିଧାୟକମାନେ ସଙ୍ଗଠନ ନେଇ ଆଲୋଚନା କରୁଛନ୍ତି । ଦଳୀୟ ସଙ୍ଗଠନକୁ ମଜଭୁତ କରିବା ନେଇ ଆଲୋଚନା ହୋଇଛି ବୋଲି ବିଧାୟକ ସମୀର ଦାଶ କହିଛନ୍ତି ।
Views: 77