ଜଳେଶ୍ୱର : ଭ୍ୟାନକୁ ଧକ୍କା ଦେଲା ଆମ୍ବୁଲାନ୍ସ । ଏନଏଚ ୧୬ ରୁପସା ଛକ ନିକଟରେ ଦୁର୍ଘଟଣା । ରୋଗୀ ନେଇ ଭୋଗରାଇରୁ ଆସୁଥିବା ବେଳେ ଦୁର୍ଘଟଣା । ସମସ୍ତ ୪ ଗୁରୁତର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବାଲେଶ୍ବର ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି।
Views: 88