କେନ୍ଦୁଝର : ଗତକାଲି ବୁଧବାର ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ମାର୍କେଟ ସ୍ଥିତ ସନ୍ତୋଷି ମା ମନ୍ଦିରରେ ଥିବା ଦାନ ବାକ୍ସ ,ଠାକୁରଙ୍କ ରୁପା ମୁକୁଟ, ସୁନା ମୁକୁଟ , ଠାକୁରଙ୍କ ରୁପା ସୁନା ଆସବାବ ପତ୍ର ଚୋର ଚୋରି କରି ନେଇ ପଳାଇଯାଇଥିଲେ । ଆଜି ମନ୍ଦିର କମିଟି ପକ୍ଷରୁ ଏହି ଚୋରି ଅଭିଯୋଗ ବିଷୟରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ନୂତନ ଭାବେ ନିୟୈ÷ଜିତ ହୋଇଥିବା ବଡ଼ବିଲ ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ବଡ଼ବିଲ ଥାନାର ସବ୍ ଇନ୍ସପେକ୍ଟର ଶ୍ରୀଯୁକ୍ତ ବୋରଦା ପ୍ରସନ ସାହୁ ତଦନ୍ତ କରି ଚୋରକୁ ଧରିବା ସହିତ ଚୋରି ହୋଇଥିବା ଠାକୁରଙ୍କ ଜିନିଷ ପତ୍ର ଟଙ୍କା ଜବତ କରିଥିଲେ । ଏହାର ଆନୁମାଲିକ ମୂଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା ହେବ ।ଚୋରି କରି ଥିବା ଅଭିଯୁକ୍ତ ବଡ଼ବିଲ ନ୍ୟୁଉ ମାର୍କେଟ ର ବାଲବିର ସିଂ ଓରଫ୍ ଗୋରା । ଚୋରି କରି ଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ବଡ଼ବିଲ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
ସନ୍ତୋଷି ମା ମନ୍ଦିରରୁ ଲୁଟ, ଅଭିଯୁକ୍ତ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ଚୀନରେ ଭୂକମ୍ପ ଝଟକା
ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି...
ନିୟମିତ ପିଅନ୍ତୁ ପଇଡ ପାଣି , ମିଳିବ ଏହି ସବୁ ସୁବିଧା
ବ୍ୟୁରୋ : ପଇଡ ପାଣିକୁ ଛୋଟରୁ ବଡ ସମସ୍ତେ ପିଇବା ଉଚିତ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ସି, ଏନଜାଇମ, ବି କୋମ୍ପଲେକ୍ସ ଏବଂ ଅନେକ...
ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ
ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ । କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମଓ । ୨.୩୮...
ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି
ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।...