The Ultimate Managed Hosting Platform
ADVERTISEMENT

ଏକକ ନିର୍ବାଚନ : ଗଠନ ହେଲା କମିଟି

Facebook
Twitter
LinkedIn

ନୂଆଦିଲ୍ଲୀ : ଏକକ ନିର୍ବାଚନ ନେଇ ପାଦେ ଆଗକୁ ବଢିଲା କେନ୍ଦ୍ର । ଏ ନେଇ କେନ୍ଦ୍ର ସରକାର ପକ୍ଷରୁ ଗଠନ ହେଲା କମିଟି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ । ଖୁବଶୀଘ୍ର କମିଟିରେ ଅନ୍ୟ ସଦସ୍ୟଙ୍କ ନାଁ ଘୋଷଣା ହେବ । ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ଏହି ସାମ୍ଭାବ୍ୟ ବିଲର ସମସ୍ତ ଦିଗ ଉପରେ ବିଚାର କରି ଲୋକମାନଙ୍କ ମତାମତ ନେବେ। ତେବେ ଏହି କମିଟିରେ ଆଉ କେଉଁମାନେ ସାମିଲ ହେବେ ତାହା ଜଣାପଡିନାହିଁ । ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ପାସ ହେଲେ ଏକସଙ୍ଗେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ହେବ । କିନ୍ତୁ ଏହି ବିଲ ପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ତେଣୁ ଏହି ସ୍ବଳ୍ପ ସମୟ ଭିତରେ ଏକ ସମୟରେ ଭୋଟ କରିବା ସମ୍ଭବ ହୋଇନପାରେ । ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବାକୁ ଯାଉଛି ।
ଏହା ପରେ ହିଁ ନିଷ୍ପତ୍ତି ନିଆଯିବ ଯେ ଆଗାମୀ ଦିନରେ ସରକାର ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ସରକାର ପ୍ରସ୍ତୁତ ହେବେ କି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login