The Ultimate Managed Hosting Platform
ADVERTISEMENT

ଶନିବାର “ରବି” ମିଶନ

Facebook
Twitter
LinkedIn

ନୂଆଦିଲ୍ଲୀ : ସୂର୍ଯ୍ୟ ମିଶନ “ଆଦିତ୍ୟ –ଏଲ୧” କୁ ନେଇ ଇସ୍ରୋର ବଡ ଘୋଷଣା । ୨ ସେପ୍ଟେମ୍ବର ଦିନ ୧୧ଟା ୫୦ରେ ଲଞ୍ଚ ହେବ “ଆଦିତ୍ୟ-ଏଲ୧” । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଲଞ୍ଚ ହେବ “ଆଦିତ୍ୟ –ଏଲ୧” । ସୂର୍ଯ୍ୟ ଗବେଷଣା ସମ୍ପର୍କିତ ପ୍ରଥମ ଭାରତୀୟ ମିଶନ “ଆଦିତ୍ୟ –ଏଲ୧” । ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ୟ୍ୟ ଅଭିଯାନ କରିବାକୁ ପ୍ରସ୍ତୁତ ହୋଇଛି ଭାରତ । ସୂର୍ୟ୍ୟକୁ ନେଇ ଅଧିକ ଅନୁଧ୍ୟାନ କରିବା ପାଇଁ ଇସ୍ରୋ ପକ୍ଷରୁ ଜାରି ରହିଛି ଏହି ଅଭିଯାନ । ଏହି ପରିପ୍ରେକ୍ଷୀରେ ଏକ ମହାକାଶ ଯାନ ସୂର୍ୟ୍ୟ ଅଭିମୁଖେ ପଠାଇବ ଇସ୍ରୋ । ସେପ୍ଟେମ୍ବର ୨ ତାରିଖରେ ସୂର୍ୟ୍ୟ ଅଭିମୁଖେ ଯାତ୍ରା କରିବ ମହାକାଶ ଯାନ – ଆଦିତ୍ୟ ଏଲ୍-ୱାନ୍ । ଏହି ମହାକାଶ ଯାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ୟ୍ୟ ଉପରେ କରିବେ ଗବେଷଣା । ସୂର୍ୟ୍ୟର ଅତି ବାଇଗେଣି ରଶ୍ମିକୁ ନେଇ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ – ଆଦିତ୍ୟ ଏଲ୍-ୱାନ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login