ଭୁବନେଶ୍ୱର : ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଆଉ ୨ ଦିନ ରହିଲା ଏହି ପବିତ୍ର ଦିନକୁ । କିନ୍ତୁ ରାକ୍ଷୀ ପୂର୍ବରୁ ବଜାରରେ ଜମିଲାଣି ରାକ୍ଷୀ ଦୋକାନର ଭିଡ । ଭଳିକି ଭଳି ରାକ୍ଷୀ ଏଥର ମାର୍କେଟକୁ ଆସିଛି । ଦେଖନ୍ତୁ କିପରି ଭିନ୍ନ ଭିନ୍ନ ଡିଜାଇନର ରାକ୍ଷୀ ସବୁ ବଜାରରେ ମିଳୁଛି । ଭାଇ ଭଉଣୀ ପବିତ୍ର ସର୍ମ୍ପକର ବନ୍ଧନ ରାକ୍ଷୀ । ରାକ୍ଷୀକୁ ମାତ୍ର ୨ ଦିନ ଥିବା ବେଳେ ବଜାରରେ ଜମୁଛି ଭିଡ । ଭାଇ ପାଇଁ ମନପସନ୍ଦର ରାକ୍ଷୀ କିଣୁଛି ଭଉଣୀ । ରାକ୍ଷୀ ଉତ୍ସବ ପାଖେଇ ଆସୁଥିବା ବେଳେ ଉତ୍ସାହ ମଧ୍ୟ ବଢୁଛି । ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନ ନିଦର୍ଶନ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭାଇ –ଭଉଣୀର ସ୍ନେହର ବନ୍ଧନ ରାକ୍ଷୀ ବନ୍ଧନ । ଭାଇଠୁ ସୁରକ୍ଷାର ପ୍ରତିଶ୍ରୁତି ନେଇ ଶ୍ରଦ୍ଧାରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଧୁମଧାମରେ ଭଉଣୀ ପାଳନ କରେ ରକ୍ଷା ବନ୍ଧନ ପର୍ବ । ଭାଇ ହାତରେ ସମ୍ପର୍କର ପର୍ବ ସୂତାଖିଅକୁ ବାନ୍ଧିବା ପାଇଁ ଭଉଣୀ ଅପେକ୍ଷା କରି ରହିଛି । ସେଥିପାଇଁ ପୂର୍ଣ୍ଣିମା ପୂର୍ବରୁ ବଜାରରୁ ଭଉଣୀ କିଣି ଆଣିଥାଏ ମନ ପସନ୍ଦର ରାକ୍ଷୀ । ଆଉ ରାଖୀ ପୂର୍ଣ୍ଣମି ଦିନ ଭାଇ ହାତରେ ବାନେ୍ଧ ରାକ୍ଷୀ । ଥାଳିରେ ରାଖୀ , ଫୁଲ, ଚନ୍ଦନ , ମିଠା ,ପିଠା ଖୁଆଇ ରାକ୍ଷୀ ପର୍ବକୁ ଖୁବ ଧୁମ ଧାମରେ ପାଳନ କରିଥାଏ ।
ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣମୀ , ରାକ୍ଷୀ ଦୋକାନରେ ଜମୁଛି ଭିଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











