ପୁରୀ : ୭ ଦିନ ଧରି ନିଖୋଜ ଥିଲେ ମହିଳା । ଶେଷରେ ଘର ପାଖ ନାଳରୁ ମିଳିଲା ମୃତ ଦେହ । ମହିଳା ନିଖୋଜ ହେବା ପରେ ବଢିଥିଲା ସନେ୍ଦହ । ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସ୍ୱାମୀ କିନ୍ତୁ ପୋଲିସ କରିନାହିଁ ତଦନ୍ତ । ହଁ ଦର୍ଶକ ବନ୍ଧୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ବଡତୋଟା ଗାଁରେ ଘଟିଛି ଏଭଳି ଘଟଣା । ବଡତୋଟା ଗାଁର ନିରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ମମତା ମହାପାତ୍ର ଗତ ୧୧ ତାରିଖ ମଧ୍ୟ ରାତ୍ରୀରୁ ନିଖୋଜ ହୋଇଯାଇଥିଲେ । ଏହା ପରେ ସ୍ୱାମୀ ନିରଞ୍ଜନ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗର ୭ ଦିନ ଅର୍ଥାତ ୧୮ ତାରିଖ ଦିନ ଗୋଟେ ରେ ଘର ପାଖ ନାଳରୁ ମିଳିଥିଲା ମମତାଙ୍କ ମୃତଦେହ । ମମତାଙ୍କ ଶବ ମିଳିଥିବା ବେଳେ ମୁଣ୍ଡରେ ନ ଥିଲା ଚୁଟି । ତେବେ ଏଠି ପ୍ରଶ୍ନ ଉଠୁଛି , କୈାଣସି କାରଣ ନ ଥାଇ ମଧ୍ୟ ରାତିରୁ କିପରି ନିଖୋଜ ହେଲେ ମମତା ? ଅଭିଯୋଗ ପରେ ପୋଲିସ କାହିଁକି କଲା ନାହିଁ ତଦନ୍ତ ? ନିଖୋଜ ହୋଇଥିବା ମମତାଙ୍କ ଶବ ଘର ପାଖ ନାଳରୁ ମିଳିଲା କିପରି ? ତେବେ ସ୍ୱାମୀ ନିରଞ୍ଜନ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ ହେି ପରିବାରରୁ ଆଗରୁ ମଧ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେଥିରେ ମଧ୍ୟ କୈାଣସି ସଠିକ ଘଟଣା ଜଣାପଡିନାହିଁ । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଦାବି କରିଛନ୍ତି ଗ୍ରାମବାସୀ ।
ନାଳରୁ ମିଳିଲା ନିଖୋଜ ହୋଇଥିବା ମହିଳାଙ୍କ ଶବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











