ପାରାଦ୍ୱୀପ : ବୃକ୍ଷ ହିଁ ଜୀବନ। ସମସ୍ତେ ଗଛ ଲଗାଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ସହିତ ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତି ପାଇବା ନିମନ୍ତେ ପ୍ରବଳ ପରିମାଣର ବୃକ୍ଷ ରୋପଣ କରିବାର ଆବଶ୍ୟକତା ରହିଛି।ଏହି ପରିପକ୍ଷୀରେ ପାରାଦ୍ୱୀପ ଭୁତମୁଣ୍ଡାଇ ସ୍ଥିତ ପାରାଦ୍ୱୀପ ପୋର୍ଟ ହାଇସ୍କୁଲ ପରିସରରେ ଶ୍ରୀମଦ ସାରଥୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ ସାରଥୀ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଗହଣ ରେ ଶତାଧିକ ବୃକ୍ଷ ଚାର ପାରାଦ୍ୱୀପ ପୋର୍ଟ ହାଇସ୍କୁଲ ପରିସରରେ ରୋପଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ପାରାଦ୍ୱୀପ ଶ୍ରୀମଦସାରଥୀ ଅନୁଷ୍ଠାନ ର ସଦସ୍ୟ ଦିଲ୍ଲିପ ସ୍ୱାଇଁ, କଳ୍ପତରୁ ସ୍ୱାଇଁ, ଆଦିକନ୍ଦ ସ୍ୱାଇଁ, ରଞ୍ଜନ ଦାସ, ପଙ୍କଜ ସେନାପତି, ପ୍ରମୋଦ ନାୟକ, ଶଶିକାନ୍ତ ନାୟକ, ଧୂର୍ଵ ଚରଣ ସେଠୀ ପ୍ରମୁଖ ସଫଳ କରିବାରେ ସହାୟକ ହୋଇଥିଲେ । ଏ ସମସ୍ତ କାର୍ୟ୍ୟକ୍ରମ କୁ ମିଳନ ବିଶ୍ୱାଳ ପରିଚାଳନା କରିଥିଲେ ।
Views: 102











