ନୂଆଦିଲ୍ଲୀ : ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ନୀରଜ । ପାକିସ୍ତାନ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଜିତିଲେ ସ୍ୱର୍ଣ୍ଣ ପଦକ । ଜାଭଲିନରେ ୮୮.୧୭କୁ ଥ୍ରୋ କରି ଜିତିଲେ ସ୍ୱର୍ଣ୍ଣ । ବିଶ୍ୱ ଆଥଲେଟିକ୍ସର ୪୦ ବର୍ଷ ଇତିହାସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ । ଅଲିମ୍ପିକ ସ୍ଵର୍ଣ୍ଣ ବିଜୟର ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ଵର୍ଣ୍ଣିମ ସଫଳତା ପାଇଛନ୍ତି। ବୁଦାପେଷ୍ଟରେ ହୋଇଥିବା ପୁରୁଷ ଜାଭଲିନ୍ ଫାଇନାଲରେ ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିଲା ।
ଏଥିସହ ନୀରଜ ବିଶ୍ୱ ଚାମ୍ପିଅନ୍ସିପ୍ ରେ ସ୍ଵର୍ଣ୍ଣ ପାଇଁ ରଖିଥିବା ଆଶା ଏବେ ପୂରଣ ହୋଇଯାଇଛି। ଏଥିପୂର୍ବରୁ ଗତବର୍ଷ ରୌପ୍ୟ ଓ ୨୦୧୭ରେ ୧୫ତମ ସ୍ଥାନରେ ରହିଥିଲା ବେଳେ ସ୍ଵର୍ଣ୍ଣ ସ୍ଵପ୍ନ ସାକାର ହୋଇଛି। ଏପଟେ ଓଡ଼ିଆ ଜାଭଲିନ୍ ଥ୍ରୋୟର କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି। ଦମଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି ଷଷ୍ଠ ସ୍ଥାନରେ ରହିଥିଲେ ।
ଦ୍ଵିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ସେ ଏହି ସଫଳତା ପାଇଥିଲେ। ପାରମ୍ପରିକ ପ୍ରତିଦ୍ଵଦ୍ଵୀ ପାକିସ୍ତାନର ଅର୍ଶଦ ନଦୀମ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ପଦକ ଜିତିଥିଲେ ଓ ଚେକ୍ ରିପବ୍ଲିକର ଜାକବ ଭାଡଲେଜ୍ ୮୬.୬୭ ମିଟରରେ ବ୍ରୋଞ୍ଜ ନେଇଥିଲେ । ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଛି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି।
ସ୍ୱର୍ଣ୍ଣ ଜିତିଲେ ନୀରଜ, କିଶୋର ପଞ୍ଚମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











