ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଦୁଇ କିନ୍ନର ମୃତ। ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ର ଙ୍କ ସହ ହାଇୱା ଡ୍ରାଇଭରଙ୍କ ବଚସା ହୋଇଥିଲା। ଏଥିରେ ଡ୍ରାଇଭର ଜଣକ ଉତକ୍ଷିପ୍ତ ହୋଇଯାଇଥିଲେ। ଆଜି କିନ୍ନର ୨ ଜଣ ଭୋରରୁ ଘରକୁ ଫେରିବାବେଳେ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
Views: 91











