The Ultimate Managed Hosting Platform
ADVERTISEMENT

ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଛାତ୍ରୀ କେତେ ସୁରକ୍ଷିତ ?

Facebook
Twitter
LinkedIn

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ବାଗୁଡ଼ି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର ଛାତ୍ରୀ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ। ଏବେ ବର୍ଷା ଋତୁରେ ସାରା ରାଜ୍ୟରେ ଡେଙ୍ଗୁ ଆତଙ୍କ ସହିତ ବିଷାକ୍ତ ସାପ କାମୁଡା ଘଟଣା ସରକାର ଓ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ସାଜିଛି। ଏନେଇ ସରକାରଙ୍କ ପକ୍ଷରୁ ଦେବା ସହିତ ସଫାସୁତୁରା , ପରିଷ୍କାର ପରିଚ୍ଛନ ଓ ପାଣି ନିଷ୍କାସନ ପାଇଁ ଗୁରୁତ୍ଵ ଦିଆଯାଉଛି । ମାତ୍ର ବାଗୁଡ଼ି ସ୍ଥିତ ନବୋଦୟ ବିଦ୍ୟାଳୟ ରେ ସଚେତନ ବାତ୍ତର୍୍ା ଏହାର ଘୋର ବ୍ୟତିକ୍ରମ ଦେଖା ଦେଇଛି। ଯାହା ପାଇଁ ହଷ୍ଟେଲ ରହୁଥିବା ଛାତ୍ରଛାତ୍ରୀ ଏକ ପ୍ରକାର ଆତଙ୍କିତ ଓ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ, ପିଲାଙ୍କ ସୁରକ୍ଷାକୁ ନେଇ ସେମାନଙ୍କ ଅଭିଭାବକ ମଧ୍ୟ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। ଦୁଃଖ ଓ ପରିତାପର ବିଷୟ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା ବିଭାଗର ଦାଇତ୍ୱ ହୀନତା, ଅବହେଳା ଓ ଦୂରଦୃଷ୍ଟି ଅଭାବ ପାଇଁ ବିଦ୍ୟାଳୟ କ୍ୟାମ୍ପସ ଖାସ କରି ହଷ୍ଟେଲ ପରିବେଶ ଏବେ ଛାତ୍ର ଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ସାଜିଛି । ଘଞ୍ଚ ଘାସ, ବଣ ବୁଦା ସାଙ୍ଗକୁ ପାଣି ନିଷ୍କାସନ ସଠିକ୍ ଭାବେ ହୋଇ ପାରୁ ନାହିଁ । ପରିବେଶ ସବୁବେଳେ ଓଦା ସନ୍ତ ସନ୍ତିଆ ରହୁଥିବାରୁ ସାପ, ବିଛା ଓ ମଶା ଙ୍କୁ ବେସ ସୁହାଉଛି। ଯାହାପାଇଁ ଦିନ ଦ୍ୱିପ୍ରହରରେ ମଶା ଆଉ ସାପଙ୍କ ଉପଦ୍ରବ ବେସ ବୃଦ୍ଧି ପାଉଛି। ଏମିତି ପିଲାଙ୍କ ବିଛଣାରୁ , ବାକ୍ସ ତଳୁ ବାରମ୍ବାର ବିଷଧର ସାପ ବାହାରୁଛି। ସେହି ପରି ଉଭୟ ସ୍କୁଲ ଓ ହଷ୍ଟେଲ ଥିବା ଶୌଚାଳୟ କଥା ନ କହିବା ଭଲ। କେଉଁଠି ପାଣି ଆସୁ ନାହିଁ ତ ଆଉ କେଉଁଠି ଦୀର୍ଘ ଦିନ ହେବ ଶୌଚାଳୟ ର କବାଟ, ପ୍ୟାନ, ବେସିନ, ୱାଟର ପଟ ଭାଙ୍ଗି ହୋଇ ପଡ଼ିଚି। ଯାହା ପାଇଁ ଅପରିଷ୍କାର ,ଆବର୍ୟ୍ୟନା ଦୁର୍ଗନ୍ଧ ମୟ ଅସ୍ଵାସ୍ଥ୍ୟ କର ପରିବେଶ ଭିତରେ ଛାତ୍ର ଛାତ୍ରୀ ଶୌଚ ହେବାକୁ ବାଧ୍ୟ ହେଉଛନ୍ତି। ୫୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉକ୍ତ ବିଦ୍ୟାଳୟରେ ପାଠ ପଢିବା ସହିତ ହଷ୍ଟେଲ ଆତଙ୍କିତ,ଭୟଭୀତ,ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ, ନବୋଦାୟ ସମିତି, ଜିଲ୍ଲାପାଳ ବାଲେଶ୍ଵର, ବାଲେଶ୍ଵର ସାଂସଦଙ୍କୁ ବାରମ୍ବାର ଅବଗତ କରିଥିଲେ ବି କୌଣସି ସୁଫଳ ମିଳି ପାରି ନାହିଁ। ଯାହା ପାଇଁ ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ର ଛାତ୍ରୀ ଙ୍କ ଭାଗ୍ୟ ଓ ଭବିଷ୍ୟତ ଏକ ପ୍ରକାର ବିପଦ ଏବଂ ଅନ୍ଧାର ଆଡ଼କୁ ଟାଣି ହୋଇ ଯାଉଥିବା ବେଳେ,ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login