ବାଲେଶ୍ଵର : ଟ୍ରେନ ଯୋଗେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋଧି, କଇଁଛ, ଡାହୁକ ପକ୍ଷୀ ଚାଲାଣ କରିବା ମହଙ୍ଗା ପଡ଼ିଛି । ଜଣେ ବଙ୍ଗୀୟ ଯୁବକ ଓଡ଼ିଶାକୁ ଚାଷ କାମ କରିବାକୁ ଆସି ଏସବୁକୁ ଧରି ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ରେଳବାଇ ପୋଲିସ। ସୂଚନା ମୁତାବକ ପଡୋଶୀ ପଶ୍ଚିମବଙ୍ଗରୁ ଓଡ଼ିଶାର ଜଳେଶ୍ଵର, ବସ୍ତା, ରୂପସା, ଖନ୍ତାପଡ଼ା, ସୋର ଆଦି ଅଞ୍ଚଳକୁ ଶତାଧିକ ମହିଳା ପୁରୁଷ ଧାନ ରୁଆ- ପୋତା, ଚାଷକାମ ପାଇଁ ଆସିଥାନ୍ତି।ସେମାନଙ୍କ ଭିତରେ ସଞ୍ଜୟ ନାମକ ଜଣେ ବ୍ୟକ୍ତି ସମୟ ସୁବିଧା ଦେଖି ଜାଲ ଓ ଫାସ ବସାଇ କୌଶଳ କ୍ରମେ ଗୋଧୀ, କଇଁଛ, ଢ଼ାଉକ ଇତ୍ୟାଦି ଧରି ପଶ୍ଚିମବଙ୍ଗରେ ବିକ୍ରି କରିଥାଏ। ତେବେ ଗତକାଲି ସନ୍ଧ୍ୟାରେ ଟ୍ରେନ ଯୋଗେ ଫେରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ଵର ଠାରେ ରେଳବାଇ ପୋଲିସ ଛାନଭିନ୍ କରି ଜାଲରେ ଗୋଧୀ, କଇଁଛ, ଢ଼ାଉକ ପକ୍ଷୀ ବନ୍ଧା ଥିବା ଦେଖିବାକୁ ପାଇ ସଞ୍ଜୟକୁ ନିଜ ହେପାଜତକୁ ନେଇ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଅଧିକାରୀ ପହଞ୍ଚି ,୨୫ଟି ଗୋଧି, ୨ଟି ଡାହୁକ ପକ୍ଷୀ ଏବଂ ଗୋଟିଏ କଇଁଚକୁ ଉଦ୍ଧାର କରିବା ସହ ଆନ୍ତରାଜ୍ୟ ଚୋରା ଚାଲାଣକାରୀ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ଗିରଫ ବ୍ୟକ୍ତି ଜଣକ ହେଲେ ପଡୋଶୀ ପଶ୍ଚିମବଙ୍ଗର ନୟାଗ୍ରାମ ଥାନା ସିଙ୍ଗୁଡ଼ି ଗ୍ରାମର ସଞ୍ଜୟ ନାୟକ ।
ମହଙ୍ଗା ହେଲା ଗୋଧି ଓ କଇଁଛ ,ଡାହୁକ ଚାଲାଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











