ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ସରିଥିବା ବେଳେ, ନିର୍ବାଚନ ଆଉ ୩ ମାସ ଘୁଞ୍ଚାଇବାକୁ ଦାବୀ କରିଛନ୍ତି ବିରୋଧୀ ଦଳ । ତେବେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାୟରୁ ନିର୍ବାଚନ ୩ ମାସ ପାଇଁ ଘୁଞ୍ଚାଇବାକୁ ବିଜେପି ଓ କଂଗ୍ରେସ ଉଭୟ ଦାବି କରିଛନ୍ତି । କିନ୍ତୁ ଶାସକ ଦଳ ବିଜେଡ ଏଥି ସହ ସହମତ ହୋଇନାହିିଁ ।
ତେବେ ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗର ସମାଧାନ ଯେ ପର୍ଯ୍ୟନ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରାଖାଯାଉ ବୋଲି ବିଜେପି ନେତା ମୋହନ ମାଝୀ କହିଛନ୍ତି । କୋଭିଡ୍ ମହାମାରୀର ପିକ୍ ସମୟରେ ଲୋକମାନଙ୍କ ଜୀବନକୁ ଗୁରୁତ୍ୱ ଦେଇ ପିର୍ବାଚନକୁ ଦୁଇ ତିନି ମାସ ଘୁଞ୍ଚାଇ ଦେବା ନିହାତି ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି । ମୋହନ ମାଝୀଙ୍କ ଏହି ଦାବୀକୁ ଦୋହରାଇଛି କଂଗ୍ରେସ । ତେବେ କଂଗ୍ରେସ ଦାବୀ କରିଛି ଯେ, ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷଣକୁ ଠିକ୍ ଭାବେ ଦିଆ ନଯିବା ଯାଏ ନିର୍ବାଚନକୁ ସ୍ଥଗିତ ରଖାଯାଉ ।