
ଗ୍ରୀନ ମଟର ପ୍ରାୟ ଅନେକ ଲୋକଙ୍କର ପସନ୍ଦ ହୋଇଥାଏ | ପ୍ରାୟତଃ ଶୀତଦିନ ଆସିଲେ ଏହି ଗ୍ରୀନ ମଟର ମାର୍କେଟକୁ ଆସିଥାଏ |
ଏବଂ ଲୋକମାନେ ମଧ୍ୟ ତରକାରୀ ଠାରୁ ଆରମ୍ଭ କରି ଭଜାଭଜି ପର୍ଯ୍ୟନ୍ତ ସବୁ ଆଇଟମରେ ଗ୍ରୀନ ମଟରର ବ୍ୟବହାର କରିଥାନ୍ତି |
ଗ୍ରୀନ ମଟରକୁ ଅଧିକ ଖାଆନ୍ତୁ ନାହିଁ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ |
ମଟରରେ ଥିବା ଭିଟାମିନ ଶରୀରରେ କ୍ୟାନସି କୋଷିକାକୁ ବୃଦ୍ଧି କରିବାକୁ ଦିଏନାହିଁ | ଏହିରେ ଥିବା ପୋଷକ ତତ୍ତ୍ୱ ହାଡକୁ ମଜବୁତ କରିବରେ ସାହାଯ୍ୟ କରେ | କିନ୍ତୁ ମଟର ଅଧିକ ଖାଇବା ଉଚିତ ନୁହେଁ | ଗ୍ରୀନ ମଟର ଅଧିକ ଖାଇଲେ ଶରୀରରେ କେ ଲେବଲ ବଢିଯାଏ | ଏହା ରକ୍ତକୁ ପତଳା କରି ପେଟଲେଟ କାଉଣ୍ଟକୁ କମ୍ କରିଦିଏ | ଏହିପାଇଁ ଘା ଭଲ ହେବାପାଇଁ ଅଧିକ ସମୟ ମଧ୍ୟ ଲାଗିଥାଏ | ଯଦି ପେଟ ଜନିତ କିଛି ସମସ୍ୟା ଥାଏ ତେବେ ମଟର ବିଲକୁଲ ଖାଆନ୍ତୁ ନାହିଁ |
ଗ୍ରୀନ ମଟରରେ ପ୍ରୋଟିନ, ଓମିନୋ ଏସିଡ ଏବଂ ଫାଇବର ଭରପୁର ମାତ୍ରାରେ ରହିଥାଏ | ଏଥିପାଇଁ ଭିଟାମିନ ଡି ମଧ୍ୟ ରହିଥାଏ | ଯାହା ହାଡ଼ ପାଇଁ ଜରୁରୀ | ଗ୍ରୀନ ମଟର ଖାଇବା ଦ୍ୱାରା କ୍ୟାଲସିୟମ ଲେବଲ କମ୍ ହୋଇଥାଏ ଏବଂ ୟୁରିକ ଏସିଡ ବଢିଯାଇଥାଏ | ୟୁରିକ ଏସିଡ ବଢିବା ଯୋଗୁଁ ଗଣ୍ଠିରେ ଯନ୍ତ୍ରଣା ବାଢିଯାଇଥାଏ | ଅଧିକ ଗ୍ରୀନ ମଟର ଖାଇଲେ କୋଷ୍ଠକଠିନ୍ୟ ମଧ୍ୟ ଦେଖାଯାଇଥାଏ |
ମଟର ଅଧିକ ଖାଇଲେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ | ଗ୍ୟାସ ସମସ୍ୟା ଦେଖାଯାଇଥାଏ | ମଟରରେ ଅଧିକ କାର୍ବୋ ହାଇଡ୍ରେଟ୍ ରହିଥାଏ | ଗ୍ରୀନ ମଟର ଖାଇଲେ ଫ୍ୟାଟ ବଢିଯାଏ | ପ୍ରୋଟିନ ଏବଂ ଫାଇବରର ବହୁତ ଭଲ ସ୍ରୋତ ରହିଥାଏ | କିନ୍ତୁ ଏହାକୁ ଅଧିକ ଖାଇବା ମନା |