ନୂଆପଡା : ସଦର ଥାନା ଗୋଳାବନ୍ଧ ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଜଙ୍ଗଲ ବିଭାଗର ବିଟ ହାଉସକୁ ଉଡାଇ ଦେଲେ ମାଓବାଦୀ । ବିଟା ହାଉସ ଉଡାଇଦେବା ସହ ଏକ ଜେସିବି ଜାଳିଦେଲେ । ବିଭିନ୍ନ ସ୍ଥାନରେ ମରାଯାଇଛି ସରକାରୀ ବିରୋଧୀ ମାଓ ପୋଷ୍ଟର । ନୂଆପଡା ମୈନପୁର ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଜାରି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ। ଏପରି ଘଟଣାକୁ ନେଇ ସଂମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Views: 114











