The Ultimate Managed Hosting Platform
ADVERTISEMENT

ବୃଦ୍ଧାଙ୍କୁ ଗଣଦୁଷ୍କର୍ମ : ୩ ଅଟକ

Facebook
Twitter
LinkedIn

କଣ୍ଟାବାଂଜି : ଲଜ୍ଜା … ବୃଦ୍ଧାଙ୍କୁ ବି ଛାଡିଲେନି ନର ରାକ୍ଷାସ । ୬୦ ବର୍ଷର ବୃଦ୍ଧାଙ୍କୁ କଲେ ଗଣଦୁଷ୍କର୍ମ । ଗତକାଲି ରାତିରେ ଘଟିଛି ଅଭଳି ଲଜ୍ୟାଜନକ ଘଟଣା । କଣ୍ଟାବାଂଜି ଥାନା ଅଂଚଳରେ ୬୦ ବର୍ଷର ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ୪ ଯୁବକ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଦୁଷ୍କର୍ମ ଅଭିଯୋଗରେ ୩ ଯୁବକ କଣ୍ଟାବାଂଜି ଥାନାରେ ଅଟକ । ଯୁବକ ଦୁଷ୍କର୍ମ ସହ ମାଡ଼ ମାରିଛନ୍ତି ବୋଲି ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ବିଳମ୍ବିତ ରାତିରେ ଶୋଇବା ସମୟରେ ଏହି ଘଟଣା ଘଟି ଥିବାବେଳେ ଗାଁର ହିଁ ଯୁବକ ଏଥିରେ ସାମିଲ ଥିବା ଜଣାପଡିଛି । ବର୍ତ୍ତମାନ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେପଟେ ପରିବାର ବର୍ଗ ଏହି ଯୁବକ ମାନଙ୍କୁ ଫାଶୀ ଦିଆଯାଉ ବୋଲି ମଧ୍ୟ ଦାବି କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login