The Ultimate Managed Hosting Platform
ADVERTISEMENT

ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ମୁଣ୍ଡ ଟେକିଲା ଘୁମୁସର ଜିଲ୍ଲା ଦାବି

Facebook
Twitter
LinkedIn

ଘୁମୁସର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ସମଗ୍ର ଓଡିଶା ଗସ୍ତ କରି ବିଭିନ୍ନ ସମସ୍ୟା ଶୁଣି ସେଗୁଡ଼ିକର ସମାଧାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୫ଟି ସଚିବଙ୍କ ଗଞ୍ଜାମର ବିଭିନ୍ନ ଅଞ୍ଚଳକୁ ଗସ୍ତ ଆସନ୍ତା ୨୫ ଅଗଷ୍ଟରୁ ଆରମ୍ଭ ହେବ ଏବଂ ସଚିବ ପାଣ୍ଡିଆନ ୨୬ ତାରିଖରେ ଭଞ୍ଜନଗର ଗ୍ରସ୍ତ ଅଛି।ଭଞ୍ଜନଗର କେଏସୟୁବି କଲେଜ ପଡିଆରେ ହେବାକୁ ଥିବା ସଭାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଅନେକ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ପାଣ୍ଡିଆନଙ୍କୁ ନିଜର ସମସ୍ୟା ଜଣାଇବେ। ଏପରି କ୍ଷେତ୍ରରେ ଘୁମୁସର ଜିଲ୍ଲା ଦାବି ରଖି ଆସୁଥିବା ଘୁମୁସର ଜିଲ୍ଲା ଆନ୍ଦୋଳନ ମିଳିତ କ୍ରିୟାନୁଷ୍ଠାନ କମିଟି ସଚିବ ମହୋଦୟଙ୍କ ପାଖରେ କେମିତି ଘୁମୁସର ଜିଲ୍ଲା ଦାବି ରଖିବେ ସେ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିୟାନୁଷ୍ଠାନ କମିଟିର ସୋମନାଥ ନାୟକ,ପ୍ରଶାନ୍ତ ବିଷୋୟୀ,ପ୍ରକାଶ ଚନ୍ଦ୍ର ସାହୁ,ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି। ଯେଉଁ ଭିକେ ପାଣ୍ଡିଆନ ୨୦୦୭ ମସିହାରେ ଗଂଜାମ ଜିଲ୍ଲାପାଳ ଥିବା ସମୟରେ ସ୍ବର୍ଗତ ବିଜୁବାବୁଙ୍କ ଶାସନ ସମୟରେ ଘୁମୁସର ଜିଲ୍ଲା ଦାବି ରଖିବା ସହ ଘୁମୁସର ଜିଲ୍ଲାର ଆବଶ୍ୟକତା ଦୃଷ୍ଟିରେ ସର୍ବେକ୍ଷଣ ମଧ୍ୟ କରିଥିଲେ କିନ୍ତୁ ଆଜି ଏହି ଘୁମୁସର ଆନ୍ଦୋଳନକୁ ତ୍ୱରାନ୍ୱିତ କରିଛି ମିଳିତ କ୍ରିୟାନୁଷ୍ଠାନ କମିଟି ସହ ଉତ୍କଳ ସାମ୍ବାଦିକ ସଂଘ ସହ ଅନ୍ୟାନ୍ୟ ୪୦ ଗୋଟି ଅନୁଷ୍ଠାନ।ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ଆନ୍ଦୋଳନ ଜାରି ରଖିଛି ,ଭଞ୍ଜନଗର, ସୋରଡା, ଜଗନ୍ନାଥ ପ୍ରସାଦ ଠାରେ ବନ୍ଦ ପାଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।କିନ୍ତୁ ୨୬ ରେ ଯେତେବେଳେ ସଚିବ ଆସୁଛନ୍ତି ସେ ନିଶ୍ଚିତ ଭାବେ ଘୁମୁସର ଜିଲ୍ଲା ଗଠନର ସୁଖବର ଭଞ୍ଜନଗର ବାସୀଙ୍କ ନିଶ୍ଚିତ ଦେବେ ବୋଲି ଆଶା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login