ବଲାଙ୍ଗିର : ମହିଳା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନାରେ କାର୍ୟ୍ୟରତ ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡିନୀ । ସେ ନଂଦୁପଡାରେ ଭଡା ଘରେ ରହୁଥିଲେ। ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। କୋୖଣସି ସୂତ୍ରରୁ ଖବର ପାଇ ନିକଟରେ ରହୁଥିବା ଏସଆଇ ଥବୀର ମହାରଣା ଆସି ଉଦ୍ଧାର କରିଥିଲେ । ପରେ ତାଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
Views: 110











