ନରସିଂହପୁର : ଓଲବ ଘାଟିରେ ଅଟୋ ଓଲଟି ୧୦ ଆହତ । ୧୦ ଆହତଙ୍କ ମଧ୍ୟରୁ ୪ ଗୁରୁତର କଟକ ସ୍ଥାନାନ୍ତର । ଚମ୍ପେଶ୍ୱର ହାଟକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ ଜିଲ୍ଲା ନରସିଂହପୁରରେ ଘଟିଛି। ସୂଚନା ଅନୁସାରେ ନରସିଂହପୁର ବ୍ଲକର ଚମ୍ପେଶ୍ୱର ହାଟ ଥିବା ବେଳେ ଏକ ଅଟୋରେ ୧୦ ରୁ ୧୨ ଜଣ ମହିଳା ସେଠାକୁ ଯାଉଥିଲେ। ମାତ୍ର ଅତ୍ୟଧିକ ଯାତ୍ରୀ ହୋଇ ଅଟୋଟି ଭାରସାମ୍ୟ ହରାଇ ଓଲବ ଘାଟି ରାସ୍ତା ନିକଟରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅଟୋରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତନ୍ମଧ୍ୟରୁ ଦୁଇ ଜଣ ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Views: 104











