ଜଗତସିଂହପୁର : ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଏ ନେଇ ଗାଁ ଠୁ ନେଇ ସହର ସବୁଠି ଚଳଚଂଚଳ । ଗାଁ ଠୁ ନେଇ ସହର ସବୁଠି ଏବେ ରାକ୍ଷୀ ଦୋକାନ ହେଲାଣି । ବିଭିନ୍ନ ପ୍ରକାର ଡିଜାଇନର ରାକ୍ଷୀ ଏବେ ଦୋକାନରେ ବିକ୍ରି ହେଉଛି । କିନ୍ତୁ ଆମେ ଏବେ ଆପଣଙ୍କୁ ଯେଉଁ ଭିଜୁଆଲ ଦେଖାଉଛୁ ଏ ହେଉଛି ମିଶନ ଶକ୍ତି ମହିଳାଙ୍କ ନିଆରା ରାକ୍ଷୀ ସମ୍ଭାର । ଜଗତସିଂହପୁର ପୈାରପରିଷଦ କାର୍ଯ୍ୟାଳୟ ସାମ୍ନାରେ ଏହି ରାକ୍ଷୀ ଷ୍ଟଲ ରହିଛି । ଏହି ନିଆରା ରାକ୍ଷୀ ସମ୍ଭାରକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରି । ପ୍ରଥମେ ପ୍ରଦୀପ ପ୍ରଜ୍ୟୋଳନ କରି ଶ୍ରୀଫଳ ଭାଙ୍ଗି ମିଶନ ଶକ୍ତି ମା ମାନଙ୍କର ଶୁଭ ମନାସି ଥିଲେ । ଓରମାସ ତରଫରୁ ମିଶନ ଶକ୍ତି ର ଶିବଶକ୍ତି କାଇଁଚ ପ୍ରଡକ୍ଟ ଗ୍ରୁପ, ଓ ପ୍ରଗତି କାଇଁଚ ଉତ୍ପାଦକ ଗୋଷ୍ଠୀ, ପ୍ରମୁଖ ଭାଗନେଇ ବିଭିନ୍ନ ଡିଜାଇନ ର କାଇଁଚ ରେ ତିଆରି ହୋଇଥିବା କୋଡିଏ ରୁ ପଚିଶ ପ୍ରକାର ଡିଜାଇନର ରାକ୍ଷୀ ଆଣି ଏକ ଷ୍ଟଲ କରାଯାଇଛି । ଏ ନେଇ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଛନ୍ତି ମିଶନ ଶକ୍ତି ମହିଳା ମାନେ କିପରି ନିଜକୁ ସ୍ୱାବଲମ୍ବି ହୋଇପାରିବେ । ଏହାକୁ ନଜରରେ ରଖି ମିଶନ ଶକ୍ତି ଦ୍ଵାରା ଏହି ମହିଳା ମାନଙ୍କୁ ଏହି ରାକ୍ଷୀ କାର୍ୟ୍ୟ ଦିଆଯାଇଛି । ଭବିଷ୍ୟତ ରେ ମିଶନ ଶକ୍ତି ମା ମାନେ କିପରି ଆଗକୁ ଗତିକରି ନିଜେ କିଛି ରୋଜଗାର କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିବେ ସେଥିପାଇଁ ଏ ପ୍ରୟାସ ଜାରି ରହିବ ବୋଲି କହିଥିଲେ ।
ଜଗତସିଂହପୁରରେ “ନିଆରା ରାକ୍ଷୀର ସମ୍ଭାର”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











