ନୂଆଦିଲ୍ଲୀ : ୪ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଜୋହାନ୍ସବର୍ଗ ଅଭିମୁଖେ ମୋଦି । ୨୪ ଯାଏଁ ହେବାକୁ ଥିବା ୩ ଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଭେଟିବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ସୀମାରେ ଟେନସନ୍ ଲାଗି ରହିଥିବା ବେଳେ ଦୁଇ ରାଷ୍ଟ୍ର ନେତାଙ୍କ ସମ୍ଭାବ୍ୟ ଆଲୋଚନା ଉପରେ ସମସ୍ତଙ୍କର ନଜର ରହିଛି । କରୋନା ମହାମାରୀ ପାଇଁ ଗତ ୩ବର୍ଷ ହେବ ଭର୍ଚୁଆଲରେ ହୋଇଥିଲା ବ୍ରିକ୍ସ ସମ୍ମିଳନୀ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶୀର୍ଷ ନେତାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ବୈଠକ ହେବ । ମୋଦି ‘ବ୍ରିକ୍ସ-ଆଫ୍ରିକା ଆଉଟରିଚ ଆଣ୍ଡ ବ୍ରିକ୍ସ ପ୍ଲସ ଡାଇଲଗ’ କାର୍ୟ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଏହା ମୋଦିଙ୍କ ତୃତୀୟ ଦକ୍ଷିଣ ଆଫ୍ରିକା ଗସ୍ତ । ଜାତୀୟ ମୁଦ୍ରାରେ ବାଣିଜ୍ୟ କାରବାର ଉପରେ ଏଥର ବ୍ରିକ୍ସରେ ଫୋକସ କରାଯାଇଥିବା ବୈଦେଶିକ ସଚିବ ବିନୟ କ୍ବାତ୍ରା କହିଛନ୍ତି ।
Views: 118











