କୋରାପୁଟ : କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଆଜି ସାତ ଦଫା ଦାବି କରି ଜିଲ୍ଲାର ବିଭିନ୍ନ ବ୍ଲକରେ ଘେରାଉ କରାଇଥିଲା। ଏହି ବ୍ଲକ ଘେରାଉରେ ବ୍ଲକ କଂଗ୍ରେସ ସଭାପତି ମାନଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ପଞ୍ଚାୟତ ସଭାପତି ଠାରୁ ଆରମ୍ଭ କରି କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ୧୪ ଗୋଟି ବ୍ଲକ କାର୍ୟ୍ୟାଳୟକୁ ଶୋଭାଯାତ୍ରାରେ ବାହାରି ରାଜ୍ୟ ପାଳଙ୍କ ଉଦେଶ୍ୟରେ ଏକ ମେମୋରାଣ୍ଡମ୍ ବିଡ଼ିଓ ମାନଙ୍କୁ ପ୍ରଦାନ କରିଥିଲେ। ଏଥିରେ ଦରଦାମ୍, ବ୍ୟାପକ ପିସି କାରବାର ବନ୍ଦ, ଆବାସ ଯୋଜନା ଦୁର୍ନୀତି, ଚାଷୀ ମାରଣାନୀତି, ବେକାରୀ ସମସ୍ୟା, ଟାଟା କମ୍ପାନୀ କାଉଟି ବିରୋଧୀ ନୀତି, ନାରୀ ନିର୍ୟ୍ୟାତନା ବନ୍ଦ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସେହିପରି ଲକ୍ଷ୍ମୀପୁର ବ୍ଲକ ସଭାପତି କୈଳାସ ଚନ୍ଦ୍ର ଖସ୍ଲାଙ୍କ ନେତୃତ୍ବରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀ ପବିତ୍ର ସାଉଁତା, ଯୁବ କଂଗ୍ରେସ ସଭାପତି ମଣ୍ଟି ଖରା ଓ ୧୩ ଗୋଟି ପଞ୍ଚାୟତ ସଭାପତି ଏବଂ କଂଗ୍ରେସ କର୍ମୀ ମାନେ ବହୁ ସଂଖ୍ୟରେ ଯୋଗଦେଇ ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ଠାରୁ ସଭାଯାତ୍ରାରେ ବାହାରି ବ୍ଲକ କାର୍ୟ୍ୟାଳୟ ଠାରେ ପହଞ୍ଚି ସାତ ଦଫା ଲିଖିତ ମେମୋରାଣ୍ଡମ୍ ଜିପିଓ ସୁଧାର କୁମାର ବେହେରା ଓ ସଏକ୍ସସନ୍ ଅଫିସର ଲକ୍ଷ୍ମଣ ସୋରେନ୍ ଙ୍କୁ ପ୍ରଧାନ କରିଥିଲେ।
କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ସାତ ଦଫା ଦାବି ନେଇ ଜିଲ୍ଲାର ବିଭିନ୍ନ ବ୍ଲକ ଘେରାଉ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...