କୋରାପୁଟ : କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଆଜି ସାତ ଦଫା ଦାବି କରି ଜିଲ୍ଲାର ବିଭିନ୍ନ ବ୍ଲକରେ ଘେରାଉ କରାଇଥିଲା। ଏହି ବ୍ଲକ ଘେରାଉରେ ବ୍ଲକ କଂଗ୍ରେସ ସଭାପତି ମାନଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ପଞ୍ଚାୟତ ସଭାପତି ଠାରୁ ଆରମ୍ଭ କରି କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ୧୪ ଗୋଟି ବ୍ଲକ କାର୍ୟ୍ୟାଳୟକୁ ଶୋଭାଯାତ୍ରାରେ ବାହାରି ରାଜ୍ୟ ପାଳଙ୍କ ଉଦେଶ୍ୟରେ ଏକ ମେମୋରାଣ୍ଡମ୍ ବିଡ଼ିଓ ମାନଙ୍କୁ ପ୍ରଦାନ କରିଥିଲେ। ଏଥିରେ ଦରଦାମ୍, ବ୍ୟାପକ ପିସି କାରବାର ବନ୍ଦ, ଆବାସ ଯୋଜନା ଦୁର୍ନୀତି, ଚାଷୀ ମାରଣାନୀତି, ବେକାରୀ ସମସ୍ୟା, ଟାଟା କମ୍ପାନୀ କାଉଟି ବିରୋଧୀ ନୀତି, ନାରୀ ନିର୍ୟ୍ୟାତନା ବନ୍ଦ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସେହିପରି ଲକ୍ଷ୍ମୀପୁର ବ୍ଲକ ସଭାପତି କୈଳାସ ଚନ୍ଦ୍ର ଖସ୍ଲାଙ୍କ ନେତୃତ୍ବରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀ ପବିତ୍ର ସାଉଁତା, ଯୁବ କଂଗ୍ରେସ ସଭାପତି ମଣ୍ଟି ଖରା ଓ ୧୩ ଗୋଟି ପଞ୍ଚାୟତ ସଭାପତି ଏବଂ କଂଗ୍ରେସ କର୍ମୀ ମାନେ ବହୁ ସଂଖ୍ୟରେ ଯୋଗଦେଇ ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ଠାରୁ ସଭାଯାତ୍ରାରେ ବାହାରି ବ୍ଲକ କାର୍ୟ୍ୟାଳୟ ଠାରେ ପହଞ୍ଚି ସାତ ଦଫା ଲିଖିତ ମେମୋରାଣ୍ଡମ୍ ଜିପିଓ ସୁଧାର କୁମାର ବେହେରା ଓ ସଏକ୍ସସନ୍ ଅଫିସର ଲକ୍ଷ୍ମଣ ସୋରେନ୍ ଙ୍କୁ ପ୍ରଧାନ କରିଥିଲେ।
କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ସାତ ଦଫା ଦାବି ନେଇ ଜିଲ୍ଲାର ବିଭିନ୍ନ ବ୍ଲକ ଘେରାଉ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











