The Ultimate Managed Hosting Platform
ADVERTISEMENT

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Facebook
Twitter
LinkedIn

ଜଗତସିଂହପୁର : ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡ଼ାକରାରେ ଆଜି ଜଗତସିଂହପୁର ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସି ରହିଛନ୍ତି। କ୍ୟାଡ଼ର ଅନ୍ତର୍ଭୁକ୍ତ କରିବା, ଅସଙ୍ଗତ ଦରମା ଉପରେ ବିଚାର, ଶିକ୍ଷାଗତ ଯୋଗ୍ୟତା +୨ରୁ +୩କୁ ବୃଦ୍ଧି କରିବା ଆଦି ୭ଦଫା ଦାବି ଉପସ୍ଥାପନ କରି ଧାରଣାରେ ବସିଛି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ। ଜିଲ୍ଲା ସଭାପତି ଶରତ ଚନ୍ଦ୍ର ମହାରଣା ଙ୍କ ନେତୃତ୍ୱରେ ଆଜି ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ମାନେ ଏହି ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଯଦି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହା ଉପରେ ତୁରନ୍ତ ହସ୍ତକ୍ଷେପ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ସଂଘର ଜିଲ୍ଲା ସଭାପତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login