କଟକ : ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି । ଓଏଚଆରଡିସି ରଣ ଦୁର୍ନୀତି ମାମଲାରେ ମିଳିଲା ଆଶ୍ୱସ୍ତି । ଦାୟର ଜନସ୍ୱାର୍ଥ ମାମଲାକୁ ଅଗ୍ରାହ୍ୟ କଲେ ହାଇକୋର୍ଟ । ଏମପି , ଏମଏଲଏଙ୍କ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ଶୁଣାଣି ନିଦେ୍ର୍ଦଶ । ଭିଜିଲାନ୍ସ ମାମଲାରେ ଦଣ୍ଡ ପରେ ସଭ୍ୟ ପଦ ରଦ୍ଦ ଆବେଦନ ହୋଇଥିଲା ।
ମେଟ୍ରୋ ବିଲଡର୍ସ ମାମଲାରେ ଭିଜିଲାନ୍ସ ଜେଲ ଦଣ୍ଡ ସହ ସଭ୍ୟ ପଦ୍ଦ ରଦ୍ଦ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି । ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ସହିତ ଏହାର ପରିସମାପ୍ତି ଘଟାଇଛନ୍ତି କୋର୍ଟ । ଏହିପରି ମାମଲାର ଶୁଣାଣି ପାଇଁ ଜଣିକିଆ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇଥିବା କୋର୍ଟ ଅବଗତ କରାଇବା ସହିତ କେସର ପରିସମାପ୍ତି ଘଟାଇଛନ୍ତି । ମୁଖ୍ୟ ବିଚାରପତି ସୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଆଜି ଏହାର ଶୁଣାଣି ହୋଇଥିଲା । ମେଟ୍ରୋ ବିଲ୍ଡର୍ସ ମାମଲାରେ ଭିଜିଲାନ୍ସ ୩ ବର୍ଷ ସଜା ଶୁଣାଇଥିଲେ ।
Views: 91