The Ultimate Managed Hosting Platform
ADVERTISEMENT

ଦୂତି ଚାନ୍ଦଙ୍କୁ ବଡ ଝଟକା, ୪ ବର୍ଷ ପାଇଁ ବାସନ୍ଦ

Facebook
Twitter
LinkedIn

ଭୁବନେଶ୍ୱର : ଧାବିକା ଦୂତି ଚାନ୍ଦଙ୍କୁ ବଡ ଝଟକା । ଡୋପ ଟେଷ୍ଟରେ ବିଫଳ ହେଲେ ଦୂତି । ୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି । ଚଳିତ ବର୍ଷ ଜାନୁଆରି ୩ରୁ ପିଛିଲା ଭାବେ ଲାଗୁ ହେବ । ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ । ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଅଧ୍ୟକ୍ଷଙ୍କ ସୂଚନା ।
ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟ ଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନ ଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି କହିଛି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ । ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଧ ଔଷଧ ସେବନକୁ ଅସ୍ବୀକାର କରିଥିଲେ ତଥାପି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରିନଥିଲେ । ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧, ୨.୨କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login