ନୂଆଦିଲ୍ଲୀ : ଯାତ୍ରୀଙ୍କୁ ରେଳ ଷ୍ଟେସନରେ ମିଳିବ ଶସ୍ତାରେ ଔଷଧ । ତେଣୁ ଷ୍ଟେସନରେ ଯଦି କୌଣସି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ, ସେଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ରେଳଯାତ୍ରୀଙ୍କୁ ଶସ୍ତାରେ ଔଷଧ ଦେବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଜନ ଭାରତୀୟ ଔଷଧି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଜରିଆରେ କୋଟି କୋଟି ରେଳ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଥିତିରେ ରେଳ ଷ୍ଟେସନରୁ ଶସ୍ତାରେ ଔଷଧ ମିଳିଯିବ । ତେବେ ଷ୍ଟେସନରେ ଜନଔଷଧି କେନ୍ଦ୍ର ସଂଚାଳନ କରିବା ପାଇଁ ଲୋକଙ୍କୁ ଲାଇସେନ୍ସ ନେବାକୁ ହେବ । ଏଥିପାଇଁ ଇ-ନିଲାମୀର ଆୟୋଜନ କରାଯିବ। ଯେଉଁଥିରେ ଲୋକ ଷ୍ଟେସନରେ ଏହି ଔଷଧି କେନ୍ଦ୍ର ଚଲାଇପାରିବେ । ରେଲୱେ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ସୁବିଧା ଦେଶର ପାଖାପାଖି ୫୦ଟି ରେଲୱେ ଷ୍ଟେସନରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ସିକନ୍ଦରାବାଦ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ, ବୀରାଙ୍ଗନା ଲକ୍ଷ୍ମୀବାଈ, ଲକ୍ଷ୍ନୌ ଜଙ୍କସନ, ଗୋରଖପୁର ଜଙ୍କସନ, ବନାରସ, ଆଗ୍ରା କ୍ୟାଣ୍ଟ, ମଥୁରା, ଋିଷିକେଶ, କାଶୀପୁର, ମାଲଦା ଟାଉନ, ଖଡଗପୁର, ମଦନ ମହଲ, ବିନା, ଲୋକମାନ୍ୟ ତିଳକ ଟର୍ମିନସ, ମନମାଡ ଇତ୍ୟାଦି ଷ୍ଟେସନ ରହିଛି । ଅନେକ ସମୟରେ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ । ଜରୁରୀକାଳୀନ ସ୍ଥିତିରେ ସେମାନେ ଔଷଧ ପାଆନ୍ତି ନାହିଁ । ତେଣୁ ରେଳ ଷ୍ଟେସନରେ ଜନଔଷଧି କେନ୍ଦ୍ର ରହିବା ଦ୍ୱାରା ଲୋକେ ଶସ୍ତା ଏବଂ ସହଜରେ ଔଷଧ ପାଇପାରିବେ । ଏହାଦ୍ୱାରା ଯାତ୍ରୀଙ୍କୁ ଲାଭ ମିଳିବା ସହିତ ନୂଆ ରୋଜଗାର ମଧ୍ୟ ମିଳିବ ।
ଯାତ୍ରୀଙ୍କୁ ରେଳ ଷ୍ଟେସନରେ ମିଳିବ ଶସ୍ତାରେ ଔଷଧ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...