The Ultimate Managed Hosting Platform
ADVERTISEMENT

ପୋଲିସ୍ ଜାଲରେ ଫସିଲେ ବେପାରୀ; ୫ କୋଟି ଟଙ୍କାର ବ୍ରଉନ୍‌ସୁଗାର ସହ ୬ ଗିରଫ୍‌

Facebook
Twitter
LinkedIn

ଜଳେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଧଳାଜହର କାରବାର । ତେବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୬ ଜଣକୁ ଗିରଫ କରାଯାଇଛି । ପୂର୍ବରୁ ଏହି ଅଞ୍ଚଳରୁ ବହୁବାର ବାର ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି । ତେବେ ମଧ୍ୟ ଏହି ବ୍ୟବସାୟୀ ଚାଲୁ ରହିଛି ।

ସୂୁଚନାନୁଯାୟୀ, ଦୀର୍ଘଦିନ ଧରି ଜଳେଶ୍ୱର ଅଞ୍ଚଳରେ ଏହି ବ୍ରାଉନସୁଗାର ବ୍ୟବସାୟ ଚାଲିଥିବା ନେଇ ପୋଲିସ୍ ପାଖରେ ଗୁଇନ୍ଦା ସୂଚନା ଥିଲା । ତେଣୁ ସେହି ବ୍ୟବସାୟୀମାନଙ୍କୁ ଧରିବା ପାଇଁ ପୋଲିସ୍ ଲଗାତାର ଭାବେ ଚେଷ୍ଟା କରି ଆସୁଥିଲା । ତେବେ ଗତ କାଲି ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗାର ନେଇ ଆସୁଥିବା ବେଳେ, ଡୁମ୍‌ଡୁମ୍ ନିକଟରେ ପୋଲିସ୍ ହାତରେ ଧରାପଡ଼ିଥିଲେ ଏହି ବେପାରିମାନେ । ପୋଲିସ୍ ୫ କେଜି ବ୍ରାଉନସୁଗାର ସହ ଏକ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରିଛି । ଗିରଫ ୬ ଜଣ ଜଳେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ପୋଲିସ୍ ସେମାନଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login