ଗଛରେ ଝୁଲୁଛି ମୃତଦେହ, ଆତ୍ମହତ୍ୟା ସନ୍ଦେହ
ସୋର : ଆମ୍ବ ଗଛରେ ଝୁଲୁଛି ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସୁଚନାନୁଯାୟୀ, ମୃତ ଯୁବକ ଜଣକ ହେଲେ ସୋର ଥାନା ହଟାସାହିର ୩୫ ବର୍ଷୀୟ ଶରତ ନାଥ ବୋଲି ଜଣାପଡିଛି। ସେ ଶୁକ୍ରବାର ରାତିରେ ନିଦରୁ ଉଠି ବାଡ଼ି ପଛ ଆମ୍ବ ଗଛରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶନିବାର ସକାଳେ ଲୋକେ ତାଙ୍କର ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଛନ୍ତି । ଶରତଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରହିଛି ।
Views: 288











