ରାୟଗଡ଼ା: ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ଉପରସଜା ନିକଟରେ ଅଘଟଣ। ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ ମୃତ। ମିଳିଥିବା ସୂଚନା ମୁତାବକ କିଛି ଦିନ ହେବ ନିର୍ମାଣକାମ ଚାଲିଥିଲା ବ୍ରିଜ୍। କଲଭର୍ଟ ତଳେ ଗାଧୋଇଥିଲେ କିଛି ଲୋକ। ଏହି ସମୟରେ କଲଭର୍ଟଟି ଭୁଶୁଡ଼ି ପଡିଲା। କଲଭର୍ଟ ତଳେ ଗାଧୋଉଥିବା କିଛି ଲୋକଙ୍କ ମଧ୍ୟରୁ ୪ ଶିଶୁ ସମେତ ୫ ଜଣଙ୍କ ଘଟଣସ୍ଥଳରେ ମୃତ୍ୟୁ ହୋଇଛି। ନିମ୍ନମାନର କାର୍ୟ୍ୟ ଯୋଗୁ ପୋଲ ଭୁଶୁଡ଼ିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସର ଉଦ୍ଧାର କାର୍ୟ୍ୟ ଜାରି ରହିଛି।
Views: 118