ଧର୍ମଶାଳା : ଧର୍ମଶାଳା ନର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ ବାରବାଟି ଓ ଧର୍ମଶାଳା ବ୍ଲକ ଗଡମଧୁପୁର ଠାରେ ପରିବର୍ତ୍ତନ ସମାବେଶ ନାରେ ରାଜନୈତିକ ସଭା ଆୟୋଜିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଗଡ଼ମଧୁପୁର ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷ ରୁ ପରିବର୍ତ୍ତନ ସମାବେଶ ଅନୁଷ୍ଠତ ହୋଇଥିଲା। ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଆଜିକୁ ୨୮ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପରିବାର ଶାସନ କରୁଛି। ବିକାଶ ଶିଥିଳ ହୋଇଯାଇଛି, ବଂଶବାଦ ଶାସନରେ ପେଶି ହୋଇଯାଇଛି ଧର୍ମଶାଳା । ଗରିବ ଲୋକଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ କେବଳ କିଛି ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକ ବିତ୍ତଶାଳୀ ହୋଇଛନ୍ତି। ଆଗାମୀ ଦିନରେ କିପରି ଧର୍ମଶାଳାରେ ବିକାଶ ହୋଇ ପାରିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଯୁବ ସଙ୍ଗଠକ ଶ୍ରୀବତ୍ସଧୀର ଏଥିରେ ସଭାପତିତ୍ବ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଗଡମଧୁପୁର ପଞ୍ଚାୟତରେ ଶତାଧିକ ଯୁବକ,ମହିଳା ଓ ବରିଷ୍ଠ ନାଗରିକ ଏକାଠି ହୋଇଥିବାରୁ ସମସ୍ତ ଜନସାଧାରଣଙ୍କୁ ଟ୍ରଷ୍ଟ ପକ୍ଷରୁ ରାଜେଶ ପାଲ ଧନ୍ୟବାଦ୍ ଦେଇଥିଲେ।
ବାରବାଟି ଓ ଗଡମଧୁପୁରରେ ପରିବର୍ତ୍ତନ ସମାବେଶ
Facebook
Twitter
LinkedIn
Facebook
Twitter
LinkedIn
Recent News
ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
କଟକ : କଟକ ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଆତ୍ମାହୁତି ଉଦ୍ୟମ । ପରିବାର ମଙ୍ଗଳ ଯୋଜନା...
୪୬ IAS , ୬୭ IPS ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟରେ ଆଇପିଏସ, ଆଇଏଏସ, ଆଇଏଫଏସ ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୋହନ ମାଝୀ । ୪୬...
ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି
ଭୁବନେଶ୍ୱର : ବାଂଲାଦେଶୀଙ୍କୁ ଚିହ୍ନଟ , ଅଟକ ଓ ତଡିପାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କମିଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...











