ନୂଆଦିଲ୍ଲୀ : ପାକିସ୍ତାନ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି । ୧୫୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି । ବିସ୍ଫୋରଣ ପଛରେ ଆଇଏସର ସମ୍ପୃକ୍ତି ଥିବା ସନେ୍ଦହ । ଏକ ରାଲି ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଖାଇବର ପକଙ୍କୁଙ୍ଖୱା ପ୍ରୋଭନ୍ସର ବଜଉର ଖାରରେ ବିସ୍ଫୋରଣ ।
ସୂଚନା ଅନୁସାରେ, ପାକିସ୍ତାନର ଖୈବର ପଖତୁନ୍ଖୱାର ବାଜୋର ଅଞ୍ଚଳରେ ଜମିୟତ୍ ଉଲେମା-ଇ-ଇସଲାମ-ଫଜଲର ବୈଠକ ଚାଲିଥିବା ବେଳେ ଏହି ବୋମା ବିସ୍ଫୋରଣ ଘଟିଥିଲା। ବୈଠକରେ ଯୋଗଦେବାକୁ ଅନେକ କାର୍ୟ୍ୟକର୍ତ୍ତା ଆସିଥିଲେ। କୁହାଯାଉଛି ଯେ ଏତେ ସଂଖ୍ୟକ ଲୋକ ଯୋଗ ଦେଇଥିବାରୁ ଆତଙ୍କବାଦୀମାନେ ଏହି ବୈଠକକୁ ଟାର୍ଗେଟ୍ କରିଥିଲେ ଏବଂ ଏଠାରେ ବିସ୍ଫୋରଣ କରିଥିଲେ। ବୋମା ବିସ୍ଫୋରଣ ପରେ ଦୁର୍ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଛି। ବିସ୍ଫୋରଣ ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ସେପଟେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି। ପୋଲିସ ସୂଚନା ଅନୁସାରେ, ଏହି ବିସ୍ଫୋରଣ ସଭାସ୍ଥଳ ଭିତରେ ହୋଇଛି। ତେବେ ପୋଲିସ ଏ ପର୍ୟ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ କରିନାହିଁ।
ପାକିସ୍ତାନରେ ବିସ୍ଫୋରଣ ; ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











