କୋରାପୁଟ : ସେଚ୍ଛାକୃତ ଅବସର ନେଲେ ପିପଲପଦର ପ୍ରାଣୀଧନ ନିରୀକ୍ଷକ । ନିଜ ବ୍ୟକ୍ତିଗତ କାରଣ ପାଇଁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପ୍ରାଣୀକେନ୍ଦ୍ର ଅଧୀନରେ ଥିବା ପିପଲପଦର ପ୍ରାଣୀ ଚିକିତ୍ସା କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ଅଭୟ ସାହୁ ନିଜ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ କରଣ ହେତୁ ଗତ କିଛି ମାସ ତଳେ କୋରାପୁଟ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗରେ ନିଜ ସେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବାରୁ ରାଜ୍ୟ ସରକାର ପିପଲପଦର ପ୍ରାଣୀଧନ ନିରୀକ୍ଷକ ଅଭୟ ସାହୁଙ୍କ ସେଚ୍ଛାକୃତ ଅବସର ପାଇଁ ସବୁଜ ସଙ୍କେତ ଦେଇଥିବାରୁ ଶ୍ରୀ ଅଭୟ ସାହୁ ଆଜି ତାଙ୍କ ଟିକିରି ସ୍ଥିତ ବାସଭବନରେ ତାଙ୍କ ଲକ୍ଷ୍ମୀପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡ଼ାକ୍ତର ଜୀବନ କୁମାର ମୁଣ୍ଡା, ଡାକ୍ତର ମନୋଜ କୁମାର ବେହେରା, ଭ୍ରାମ୍ୟମାଣ ଡାକ୍ତର ଆଶୁତୋଷ ମଲ୍ଲିକ ଏବଂ ସହକର୍ମୀ ମାନଙ୍କୁ ଡାକି ଏକ ନୌତ ଭୋଜି ଆୟୋଜନ କରି ସମସ୍ତଙ୍କୁ ଖାଇବାକୁ ଦେବା ସହ ଶାଲ୍ ପ୍ରଦାନ କରିଥିଲେ। ଏହି ସମୟରେ ଅଭୟ ସାହୁଙ୍କ ସହକର୍ମୀ ମାନେ ଭାବ ବିହ୍ୱଳ ହୋଇଯାଇଥିଲେ। ଅଭୟ ସାହୁ ନିଜ ଘର ନୟାଗଡ ଜିଲ୍ଲା ବାହାପୁରରେ ୨୭/୦୧/୧୯୬୯ ମସିହାରେ ଜନ୍ମଗ୍ରହଣ କରି ପ୍ରାଥମିକ ଏବଂ ଦଶମ ପାସ୍ କରି ଯୁକ୍ତ ଦୁଇ ପଢ଼ିବା ନିମନ୍ତେ ନିକଟସ୍ଥ ବାଙ୍କୀ ମହାବିଦ୍ୟାଳୟ ଅଧ୍ୟୟନ କରିବା ପରେ ଯୁକ୍ତ ତିନି ପଢ଼ିବା ପାଇଁ ସେ କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ପଢ଼ି ସାରିବା ପରେ ୧୯୯୩ ମସିହାରେ ରାଜ୍ୟ ସରକାରଙ୍କ ପ୍ରଣୀ ସମ୍ପଦ ବିକାଶ ବିଭାଗ ପ୍ରାଣୀଧନ ନିରୀକ୍ଷକ ଭାବେ ନିଯୁକ୍ତ ପାଇ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ଦଶମନ୍ତପୁର ବ୍ଲକରେ ମେ ୧୯୯୩ ରେ ଡୁମ୍ଭାଗୁଡ଼ା ପ୍ରଥମେ ଯୋଗ ଦେଇ ସମସ୍ତଙ୍କ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କୁ ସେବା ଯୋଗାଇ ଲୋକଙ୍କ ବିଶ୍ୱାସ ଜନ ନେଇ ଥିବା ବେଳେ ଅକ୍ଟୋବର ୨୦୧୪ ରେ ଲକ୍ଷ୍ମୀପୁର ବ୍ଲକର ପିପଲପଦର ପ୍ରାଣୀ ଚିକିତ୍ସା କେନ୍ଦ୍ର ଯୋଗ ଦେଇ ଏଠାରେ ମଧ୍ୟ ଲୋକଙ୍କ ବିଶ୍ୱାସ ଜନ ହୋଇ ସେବା ଯୋଗାଇ ଦେଉଥିଲେ ଏହି ସମୟରେ ତାଙ୍କ ସ୍ଵାସ୍ଥ୍ୟ ଏବଂ ବ୍ୟକ୍ତି ଗତ କାରଣରୁ ପ୍ରାୟ ୩୦ ବର୍ଷ ଦୁଇ ମାସ କାର୍ୟ୍ୟ କରି ଆଜି ନିଜ କର୍ମ ଜୀବନରୁ ସେଚ୍ଛାକୃତ ଅବସର ଗ୍ରହଣ କରିଥିଲେ।
ସେଚ୍ଛାକୃତ ଅବସର ନେଲେ ପିପଲପଦର ପ୍ରାଣୀଧନ ନିରୀକ୍ଷକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











