ୱାସିଂଟନ୍: ଆମେରିକାରେ ହେବ ୨୦୨୪-ରାଷ୍ଟ୍ରପତି ନିର୍ବାଚନ । ଆଉ ଏଥର ପ୍ରାର୍ଥୀ ହେବେ ଜଣେ ଭାରତୀୟ ଆମେରିକୀୟ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭାରତୀୟ-ଆମେରିକୀୟ ଇଞ୍ଜିନିୟର ହର୍ଷବର୍ଦ୍ଧନ ସିଂହ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି। ଟୁଇଟର୍ରେ ପୋଷ୍ଟ୍ କରିଥିବା ଭିଡିଓ ବାର୍ତ୍ତାରେ ୩୮ ବର୍ଷିୟ ସିଂହ କହିଛନ୍ତି ଯେ, ସେ ହେଉଛନ୍ତି ‘ଲାଇଫ୍ଲଙ୍ଗ୍ ରିପବ୍ଲିକାନ୍’ ଏବଂ ‘ଆମେରିକା ଫାଷ୍ଟ୍’ ରକ୍ଷଣଶୀଳ ସଦସ୍ୟ। ‘ନ୍ୟୁଜର୍ସି ରିପବ୍ଲିକାନ୍ ପାର୍ଟି’ର ରକ୍ଷଣଶୀଳ ଶାଖାକୁ ପୁନଃରୁଦ୍ଧାର କରିବା ନିମନ୍ତେ ସେ କାମ କରିଛନ୍ତି। ଶୁକ୍ରବାର ଦିନ ଜାରି କରିଥିବା ୩ ମିନିଟ୍ର ଭିଡିଓରେ ସେ କହିଛନ୍ତି, ଅଳ୍ପ କେତେ ବର୍ଷ ତଳେ ଘଟିଥିବା ପରିବର୍ତ୍ତନକୁ ବିପରୀତମୁଖୀ କରିବା ଏବଂ ଆମେରିକୀୟ ମୂଲ୍ୟବୋଧର ପୁନଃରୁଦ୍ଧାର ନିମନ୍ତେ ଆମର ବଳିଷ୍ଠ ନେତୃତ୍ବ ଆବଶ୍ୟକ। ତେଣୁ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦବୀ ନିମନ୍ତେ ହେବାକୁ ଥିବା ୨୦୨୪ ନିର୍ବାଚନରେ ଭାଗ ନେବା ପାଇଁ ‘ରିପବ୍ଲିକାନ୍ ପାର୍ଟି’ ତରଫରୁ ପ୍ରାର୍ଥୀ ହେଲି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ସାମିଲ ହେଲେ ଭାରତୀୟ-ଆମେରିକୀୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











