ନୂଆଦିଲ୍ଲୀ : ହୀନ ମାନସିକତାର ଚରମ ସୀମାରେ ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ କରିଛି ବିଚଳିତ । ଏମିତି ଏକ ଲଜ୍ଜା ଜନକ ଘଟଣା ଘଟିଛି କେରଳରେ । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ ଦୁଷ୍କର୍ମର ଶିକାର କରିବା ପରେ ପିଲାର ଗଳା ଚିପି ହତ୍ୟା କରି ଅଖାରେ ଭର୍ତ୍ତି କରି ଫିଙ୍ଗିଛି । ଶିଶୁର ମୃତଦେହ ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାରେ ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ଶୁକ୍ରବାର ଦିନ ସଂଧ୍ୟା ୭ଟା ୧୦ ମିନିଟରୁ ପିଲାଟି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ବିଳମ୍ବ ନ କରି ସିସିଟିଭି ଫୁଟେଜ ଚେକ୍ କରିବା ଆରମ୍ଭ କରିଦେଇଥିଲା । ଫୁଟେଜରେ ପିଲାଟିକୁ ଦିନ ମଜୁରିଆ ଜଣକ ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କିନ୍ତୁ ସେତେବେଳେ ପିଲାଟି ଅଭିଯୁକ୍ତ ପାଖରେ ନଥିଲା । ଏହାପରେ ଲୋକଙ୍କୁ ପଚରାଉଚରା ପରେ ଶିଶୁର ଶବ ବଜାର ପଛପଟରେ ଏକ ଅଖା ଭିତରେ ପସିଥିବାର ମିଳିଥିଲା । କୋଚି ଡିଆଇଜି ଶ୍ରୀନିବାସ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଛି । ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଅଖାରେ ଭର୍ତ୍ତି କରି ଫୋପାଡିଥିଲା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛି ବିହାରର । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।
ନୃଶଂସ ମଣିଷ !୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











