ବଲାଙ୍ଗୀର : ଯାନ୍ତ୍ରିକ ତ୍ରୁଟିରୁ ଅଟକି ରହିଲା ଏକ୍ସପ୍ରେସ ଟ୍ରେନ । ସଇଁତଳା ଷ୍ଟେସନରେ ଦେଢଘଣ୍ଟାରୁ ଅଧିକ ସମୟ ହେବ ଅଟକିଛି ଟ୍ରେନ । କଣ୍ଟାବାଞ୍ଜିରୁ ହାୱଡା ଯିବା ବେଳେ ଅଟଳିଲା ଇସ୍ପାତ ଏକ୍ସପ୍ରେସ ।
ଆଜି ସକାଳୁ ଟ୍ରେନଟି ଟିଟିଲାଗଡ଼ରୁ ହାୱଡ଼ା ଯାଉଥିବାବେଳେ ହଠାତ୍ ଇଂଜିନ ଖରାପ ହୋଇଯିବାରୁ ଅଟକି ଯାଇଥିଲା। ଘଟଣାସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ତ୍ରୁଟିକୁ ସଜାଡି ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଟ୍ରେନ୍ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।
Views: 85