ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ । ଗୋପାଳ ପଲିଗ୍ରାଫ ଟେଷ୍ଟରେ ମନୋଜ ବରିଆଙ୍କ ନାଁ । ପଲିଗ୍ରାଫ ଟେଷ୍ଟରେ ମନୋଜଙ୍କ ନାଁ ଆସିବା ପରେ ଚର୍ଚ୍ଚା । ତେବେ କିଏ ସେହି ମନୋଜ ବରିଆ ? ଗୋପାଳକୁ କଣ କହିଥିଲେ ମନୋଜ ? ନବ ରାଗିଥିବା ନେଇ ଗୋପାଳକୁ କହିଥିଲେ କି ମନୋଜ ? ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେବି ଲାଗି ରହିଛି ରହସ୍ୟ । ଗତକାଲି ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ସରିଛି । ଯେଉଁଥିରେ ଏହି ଘଟଣା ଏକ ନୂଆ ମୋଡ ନେଇଛି । ଗୋପାଳ ପଲିଗ୍ରାଫ ଟେଷ୍ଟରେ ମନୋଜ ବରିଆର ନାଁ ନେଇଥିଲା । ମନୋଜ ବରିଆ ଯିଏକି ଗୋପଳଙ୍କୁ ନବ ଦାସ ତାଙ୍କ ଉପରେ ରାଗିଥିବା କହିଥିଲେ । ଏହି କଥା ପଲିଗ୍ରାଫ ଟେଷ୍ଟରେ ଉଲ୍ଲେଖ ରହିଛି । ଗୋପାଳ ନିଜ ବଡ ଭାଇ ସହ ଥିବା ବେଳେ ମନୋଜ ବରିଆ କହିଥିଲେ କି , ଦାଦା ତମ ଉପରେ ରାଗିଛନ୍ତି । ତୁମେ ଅର୍ଥାତ ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ ଟେଷ୍ଟରେଉଲ୍ଲେଖ ରହିଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ନବ ଦାସ କାହିଁକି ଗୋପାଳ ଉପରେ ରାଗିଥିଲେ ? ଏହା କଣ ସତ ? ଏ ନେଇ ମନୋଜକୁ କ୍ରାଇମବ୍ରାଞ୍ଚ ଜେରା କରିଛି କି ? ଯଦି କରିଛି , ତେବେ ନବ ଏକଥା ପ୍ରକୃତରେ କହିଥିଲେ ନା ମନୋଜ ଆଉ କେଉଁ ଉଦେ୍ଦଶ୍ୟରେ କହିଥିଲେ ଏ ସମ୍ପର୍କରେ ଯଦି କ୍ରାଇମବ୍ରାଞ୍ଚ ପଚରାଉଚରା କରିନି , ତେବେ କାହିଁକି କରିନି ? ତେବେ ପଲିଗ୍ରାଫ ଟେଷ୍ଟରେ ଗୋପାଳ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବା ଜଣା ପଡିଛି । ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦିନ ଦ୍ୱି ପ୍ରହରେ ଘଟିଥିଲା ଏହି ହତ୍ୟା କାଣ୍ଡ । ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିବା କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ମନ୍ତ୍ରୀ ନବ ଦାସ ଏକ ସଭା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ କାରରୁ ଓହ୍ଲାଇବା ବେଳେ ଗୁଳି ହୋଇଥିଲା ଚାଳନା । ଆଉ ତାଙ୍କ ବାମ ପଟ ଛାତିରେ ଗୁଳି ବାଜିଥିଲା । ସଙ୍ଗେ ସଙ୍ଗେ ନବ ଦାସଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଥିଲା । ଚିକିତ୍ସିତ ହେଉଥିବା ବେଳେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ଏଏସଆଇ ଗୋପାଳ ଦାସ ନବ ଦାସଙ୍କୁ ହତ୍ୟା କରିଛି ବୋଲି ସନେ୍ଦହ କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ହତ୍ୟାକାଣ୍ଡକୁ ୫ ମାସ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ଦୋଷୀ ଦଣ୍ଡ ପାଇ ନାହିଁ ।
ନବ ଦାସ ହତ୍ୟାକାଣ୍ଡ ; କିଏ ସେହି ମନୋଜ ବରିଆ ? ଗୋପାଳକୁ କଣ କହିଥିଲେ ମନୋଜ ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











